ଓଡିଶା

odisha

ETV Bharat / state

ଏବେବି ପାଣି ଘେରରେ ନୟାଗଡ ତଳିଆ ଅଞ୍ଚଳବାସୀ, ସ୍ଥିତି ପରଖିଲେ ଜିଲ୍ଲାପାଳ

ନୟାଗଡ ଜିଲ୍ଲାର ତଳିଆ ଅଞ୍ଚଳରେ ଏବେବି ପ୍ରବାହିତ ହେଉଛି ବନ୍ୟା ପାଣି । ପାଣି ଘେରରେ ରହିଛନ୍ତି ଜିଲ୍ଲାର 3ଟି ବ୍ଲକ ଗଣିଆ, ଖଣ୍ଡପଡା ଏବଂ ଭାପୁର ବ୍ଲକର ଅଞ୍ଚଳବାସୀ । ଅଧିକ ପଢନ୍ତୁ

ଏବେବି ପାଣି ଘେରରେ ନୟାଗଡର ପାଞ୍ଚୋଟି ପଞ୍ଚାୟତ
ଏବେବି ପାଣି ଘେରରେ ନୟାଗଡର ପାଞ୍ଚୋଟି ପଞ୍ଚାୟତ

By

Published : Aug 29, 2022, 7:14 PM IST

ନୟାଗଡ:ରାଜ୍ୟରେ ଛାଡିଯାଇଛି ବନ୍ୟା । ଧିରେ ଧିରେ ସୁଧୁରୁଛି ବନ୍ୟା ବିପନ୍ନଙ୍କ ଅବସ୍ଥା । ବନ୍ୟାରେ ବ୍ୟାପକ କ୍ଷତି ସହିଥିବା ବିପନ୍ନ ଏବେ ଧିରେ ଧିରେ ଅଣ୍ଟା ସଳଖି ଛିଡା ହେଉଛି । ମହାନଦୀରେ ଆସିଥିବା ବଡ ବନ୍ୟାରେ ପ୍ରଭାବିତ ହୋଇଥିବା ନୟଗଡ ଜିଲ୍ଲାରେ ସ୍ଥିତି କିନ୍ତୁ ଏବେବି ସୁଧୁରି ନାହଁ । ବନ୍ୟା ଛାଡିଯାଇଛି ସତ ହେଲେ ପିଛା ଛାଡି ନାହିଁ ଦୁର୍ଦ୍ଦଶା । ନୟାଗଡ ଜିଲ୍ଲାର ତଳିଆ ଅଞ୍ଚଳ ଏବେବି ଜଳମଗ୍ନ ରହିଛି ।

ଏବେବି ପାଣି ଘେରରେ ନୟାଗଡର ପାଞ୍ଚୋଟି ପଞ୍ଚାୟତ

ନୟାଗଡ଼ ଜିଲ୍ଲାରେ ବନ୍ୟା ଜଳ ହ୍ରାସ ପାଉଛି l ତଳିଆ ଅଞ୍ଚଳ ଅପେକ୍ଷା ଉପରମୁଣ୍ଡରେ ପ୍ରାୟ ବନ୍ୟା ପାଣି ଛାଡିଯାଇଛି । ଜଳ ସ୍ତର କମିବା ପରେ ଲୋକେ ସ୍ବାଭାବିକ ଭାବେ ଜୀବନ ଯାତ୍ରା କରୁଛନ୍ତି l ହେଲେ ତଳିଆ ଅଞ୍ଚଳବାସୀଙ୍କର ଏଯାଏଁ ଦୁଃଖ ଯାଇନି । ଆଜକୁ ପ୍ରାୟ 13 ଦିନ ହେବ ଜିଲ୍ଲାର 3ଟି ବ୍ଲକ ଗଣିଆ, ଖଣ୍ଡପଡା ଏବଂ ଭାପୁର ବ୍ଲକର ତଳିଆ ଅଞ୍ଚଳ ବନ୍ୟା ପାଣି ଘେରରେ ରହିଛି l ଗାଁ ଦାଣ୍ଡରେ 1 ରୁ 2 ଫୁଟ ବନ୍ୟା ଜଳ ରହିଛି l ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି ଗଣିଆ ବ୍ଲକର ପାଞ୍ଚୋଟି ପଞ୍ଚାୟତ ରାସଙ୍ଗ, ଛାମୁଣ୍ଡିଆ, ବଡ଼ଶିଲିଙ୍ଗା ,କୋତରି ବେଲପଡାପାଟଣା ଏବଂ କିଶୋରପ୍ରସାଦ ପଞ୍ଚାୟତ l ହଜାର ହଜାର ଲୋକେ ଜଳବନ୍ଦୀରେ ରହିଛନ୍ତି l

ଗଣିଆରୁ ବଡ଼ମୂଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଛାମୁଣ୍ଡିଆ ଆଜି ପର୍ଯ୍ୟନ୍ତ ପାଣି ଛାଡି ନାହିଁ l ଏହି ରାସ୍ତା ଉପରେ ପ୍ରବାହିତ ହେଉଥିବା ବନ୍ୟା ପାଣି ଦେଇ ଲୋକେ ଯାତାୟାତ କରୁଛନ୍ତି l ଅନ୍ୟପଟେ ଦଶପଲ୍ଲା ବିଧାୟକ ରମେଶ ବେହେରା, ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ ଏବଂ ବ୍ଲକ ସ୍ତରୀୟ ଅଧିକାରୀମାନେ ଆସି ଜଳମଗ୍ନ ଗାଁକୁ ଯାଇ ସ୍ଥିତି ପରଖିଛନ୍ତି l କ୍ଷୟକ୍ଷତି ହୋଇଥିବା ଚାଷ ଜମି, ଭାଙ୍ଗି ଯାଇଥିବା ଘର, ଗୁହାଳ ଆଦିର ସ୍ଥିତି ପରଖି ବନ୍ୟା ବିପନ୍ନ ମାନଙ୍କ ସହ ସେମାନଙ୍କ ଅସୁବିଧା ପଚାରି ବୁଝିଛନ୍ତି l ଘର ଭାଙ୍ଗିଥିବା ଲୋକମାନେ ପ୍ରଶାସନ ନିକଟରେ ଯାଇ ଅସୁବିଧା ଜଣାଇ ପାରିବେ ବୋଲି ବ୍ଲକ ଅଧିକାରୀ କହିଛନ୍ତି l ଗଣିଆ ବ୍ଲକର ବିଡ଼ିଓ, ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ ଏବଂ ଜିଲ୍ଲା ପରିଷଦ ସଭ୍ୟ ପହଞ୍ଚି ବ୍ଲକର ବନ୍ୟା ବିପନ୍ନମାନଙ୍କୁ ରିଲିଫ ଯୋଗାଇଛନ୍ତି l ବନ୍ୟା ଜଳ କମିବା ପରେ ଲୋକଙ୍କୁ ତୁରନ୍ତ କିଭଳି ସରକାରୀ ସହାୟତା ମିଳିପାରିବ ସେ ନେଇ ବ୍ଲକ ଅଧିକାରୀ ଗୁରୁତ୍ବ ଦେଇଛନ୍ତି l

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details