ଓଡିଶା

odisha

ETV Bharat / state

ଦଶପଲ୍ଲା ସହରାଞ୍ଚଳରେ ପାନୀୟ ଜଳ ସମସ୍ୟା, ମୁନ୍ଦାଏ ପାଣି ପାଇଁ ଡହଳବିକଳ ସହରବାସୀ - ପାନୀୟ ଜଳ ସମସ୍ୟା

ସହରାଞ୍ଚଳରେ ଉତ୍କଟ ପାନୀୟ ଜଳ ଅଭାବ । ପାଣି ମୁନ୍ଦାଏ ପାଇଁ ହଇରାଣ ହେଉଛନ୍ତି ଲୋକେ । ଏଭଳି ଦୃଶ୍ୟ କେଉଁ ଦୁର୍ଗମ ଅଞ୍ଚଳ କିମ୍ବା ଗ୍ରାମାଞ୍ଚଳର ନୁହେଁ । ଖୋଦ ନୟାଗଡ଼ ଜିଲ୍ଲା ଦଶପଲ୍ଲା ସହରାଞ୍ଚଳର । ଅଧିକ ପଢନ୍ତୁ...

ଦଶପଲ୍ଲା ସହରାଞ୍ଚଳରେ ପାନୀୟ ଜଳ ସମସ୍ୟା, ପାଣି ମୁନ୍ଦାଏ ପାଇଁ ଡହଳବିକଳ ସହରବାସୀ
ଦଶପଲ୍ଲା ସହରାଞ୍ଚଳରେ ପାନୀୟ ଜଳ ସମସ୍ୟା, ପାଣି ମୁନ୍ଦାଏ ପାଇଁ ଡହଳବିକଳ ସହରବାସୀ

By

Published : Jun 14, 2021, 12:12 PM IST

ନୟାଗଡ଼: ସହରାଞ୍ଚଳରେ ଉତ୍କଟ ପାନୀୟ ଜଳ ଅଭାବ । ପାଣି ମୁନ୍ଦାଏ ପାଇଁ ହଇରାଣ ହେଉଛନ୍ତି ଲୋକେ । ଏଭଳି ଦୃଶ୍ୟ କେଉଁ ଦୁର୍ଗମ ଅଞ୍ଚଳ କିମ୍ବା ଗ୍ରାମାଞ୍ଚଳର ନୁହେଁ । ଖୋଦ ନୟାଗଡ଼ ଜିଲ୍ଲା ଦଶପଲ୍ଲା ସହରାଞ୍ଚଳର । ସରକାରଙ୍କ ଏନଏସି ଗଠନକୁ ୬ବର୍ଷ ପୂରିଲାଣି, ହେଲେ ଏଯାଏଁ ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର ହୋଇପାରିନି ।

ଦଶପଲ୍ଲା ସହରାଞ୍ଚଳରେ ପାନୀୟ ଜଳ ସମସ୍ୟା, ପାଣି ମୁନ୍ଦାଏ ପାଇଁ ଡହଳବିକଳ ସହରବାସୀ

ସହରକୁ ପାନୀୟ ଜଳ ଯୋଗାଣ ନିମନ୍ତେ କୋଟିକୋଟି ଟଙ୍କା ବ୍ୟୟରେ ୨୦୧୯ ମସିହାରେ ୩ ଟି ଜଳପ୍ରକଳ୍ପ ନିର୍ମାଣ ହୋଇଥିଲା। ଏହା ଭିତରେ ନୂତନ ବିଧାୟକଙ୍କ କାର୍ଯ୍ୟକାଳ ୨ବର୍ଷ ହୋଇଗଲାଣି ହେଲେ ଏଯାଏଁ ସହରବାସୀଙ୍କୁ ପାନୀୟ ଜଳ ଟୋପାଏ ମିଳିପାରିନି। ଯଦିବା ସମସ୍ତ ଘରକୁ ପାଇପ ସଂଯୋଗ ହୋଇଛି ହେଲେ ପାନୀୟ ଜଳ ଲୋକଙ୍କ ପାଇଁ ସାତସପନ ପାଲଟିଛି। ସହରର ବିଭିନ୍ନ ଓ୍ବାର୍ଡରେ ଲୋକମାନେ ପିଇବା ପାଣି ପାଇଁ ଗରା, ବାଲଟି ଧରି ଘଣ୍ଟାଘଣ୍ଟା ଅପେକ୍ଷା କରୁଥିବା ବେଳେ ପାଣି ପାଇଁ ପାଟିତୁଣ୍ଡ ଭଳି ପରିସ୍ଥିତି ଉପୁଜୁଛି ।

ସହରର ହରିଡାବାଡି, କୃଷ୍ଣଚନ୍ଦ୍ରପୁର ପାଟଣା, ଜଗାପୁର ରୋଡ ଭଳି ବହୁ ଓ୍ବାର୍ଡରେ ଲୋକମାନେ ପାଣି ପାଈଁ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ଟ୍ୟାଙ୍କର ଯୋଗେ ସହରର କିଛି ଓ୍ବର୍ଡକୁ ପାଣି ଯୋଗାଇ ଦିଆଯାଉଛି । କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ଭଳି । ତାହା ପୁଣି ଦିନେ ଦେଲେ ଦିନେ ଦେଉନଥିବା ଅଭିଯୋଗ ହେଉଛି।

ପାନୀୟ ଜଳ ସମସ୍ୟାକୁ ନେଇ ରାଜନେତା ଠାରୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ ସଭିଙ୍କୁ ଗୁହାରୀ କରି ଥକିପଡିବା ପରେ ଆନ୍ଦୋଳନ କରିଥିଲେ । ହେଲେ ମିଳିଲା କେବଳ ପ୍ରତିଶୃତି, ହୋଇପାରିଲାନି ସମସ୍ୟାର ସମାଧାନ। ତେବେ ଖୋଦ ସହରରେ ଏଭଳି ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଏବେ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details