ଓଡିଶା

odisha

ETV Bharat / state

ନୂଆ ରୂପରେ ଟ୍ରାଫିକ ସଚେତନତା, ଭାଇରାଲ ଭିଡ଼ିଓ - ଟ୍ରାଫିକ ସଚେତନତା ଗୀତ

ଟ୍ରାଫିକ ଉପରେ ଭାଇରାଲ ଭିଡ଼ିଓକୁ ନୂଆ ରୂପରେ ପ୍ରସ୍ତୁତ କଲା ସଡ଼କ ପରିବହନ ବିଭାଗ। ନୋତରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଭିନୟ ଜରିଆରେ ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

viral traffice awareness song video by adarsh school student got a new face
ନୂଆ ରୂପରେ ଟ୍ରାଫିକ ସଚେତନତା ଭାଇରାଲ ଭିଡ଼ିଓ

By

Published : Feb 25, 2021, 9:38 PM IST

ନୟାଗଡ଼:ଟ୍ରାଫିକ ଉପରେ ଭାଇରାଲ ଭିଡ଼ିଓକୁ ନୂଆ ରୂପରେ ପ୍ରସ୍ତୁତ କଲା ସଡ଼କ ପରିବହନ ବିଭାଗ । ନୟାଗଡ଼ ଜିଲ୍ଲା ନୋତରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା ୨୦୨୦ର ସଚେତନତା ମୂଳକ "ଟ୍ରାଫିକ ରୁଲ୍ସ" ଗୀତ। ଏହି ଗୀତକୁ ବର୍ତ୍ତମାନ ନୂଆ ରୂପରେ ପ୍ରସ୍ତୁତ କରାଯାଇଛି l

ନୂଆ ରୂପରେ ଟ୍ରାଫିକ ସଚେତନତା ଭାଇରାଲ ଭିଡ଼ିଓ

ଏହି ଭିଡ଼ିଓର ଲୋକପ୍ରିୟତାକୁ ଦେଖି ଚଳିତ ବର୍ଷ ସଡ଼କ ପରିବହନ ବିଭାଗ ପକ୍ଷରୁ ନୂତନ ଶୈଳୀରେ ପ୍ରସ୍ତୁତ କରାଯାଇଛି l ଏହି ଗୀତ ସାରା ଦେଶରେ ଖୁବ ଭାଇରାଲ ହୋଇଥିଲା l କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ଏହି ଗୀତକୁ ନେଇ ଟ୍ବିଟ କରିଥିଲେ l ଏହି ଗୀତକୁ ରାଜ୍ୟ ସଡ଼କ ପରିବହନ ବିଭାଗ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇଥିଲା l

ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଏଭଳି ନିଆରା ପ୍ରୟାସକୁ ସଭିଏଁ ଭୁରି ଭୁରି ପ୍ରଶଂସା କରିଥିଲେ। ଲୋକଙ୍କ ମଧ୍ୟରେ ଟ୍ରାଫିକ ସଚେତନା ଆଣିବା ଏହାର ମୂଳ ଲକ୍ଷ୍ୟ। ଏଥିରେ ନୋତରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଭିନୟ ଜରିଆରେ ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମଳିଛି।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details