ନୟାଗଡ଼: ପିଡ଼ିଏସ ସାମଗ୍ରୀ ଚୋରା ଚାଲାଣ ଅଭିଯୋଗରେ ଟ୍ରକକୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରଙ୍କଦେଉଳି ପଞ୍ଚାୟତରେ l ଅଭିଯୋଗ ଅନୁସାରେ, ରଙ୍କଦେଉଳି ପଞ୍ଚାୟତର ପିଡ଼ିଏସ ଚାଉଳ ଗୋଦାମ ଗୃହରୁ କିଛି ଲୋକ ପିଡ଼ିଏସ ଚାଉଳ ବସ୍ତାକୁ ବଦଳାଇ OD25D6478 ନମ୍ବରର ଏକ ମିନିଟ୍ରକରେ ଲୋଡ଼ କରୁଥିଲେ l ଏହାକୁ ଦେଖି ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା l ଚାଉଳ ବୋଝେଇ ଟ୍ରକଟି ରଙ୍କଦେଉଳିରୁ ଗୋଡିପଡା ଅଭିମୁଖେ ଯାଇଥିବାବେଳେ ଗ୍ରାମବାସୀ ଟ୍ରକଟିକୁ ଅଟକାଇବାକୁ ଚେଷ୍ଟା କରିବାରୁ ଡ୍ରାଇଭର ଗାଡି ମଡ଼ାଇ ଦେଇ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଗୋଡିପଡା ଠାରେ ଟ୍ରକଟି କାବୁ କରାଯାଇଥିଲା l
ପିଡ଼ିଏସ ସାମଗ୍ରୀ ଚୋରା ଚାଲାଣ ଅଭିଯୋଗରେ ଟ୍ରକକୁ କାବୁ କଲେ ଗ୍ରାମବାସୀ - ଚାଉଳ ଗୋଦାମ
ପିଡିଏସ୍ ସାମଗ୍ରୀ ଚୋରା ଚାଲାଣ ଅଭିଯୋଗରେ ଟ୍ରକକୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରଙ୍କଦେଉଳି ପଞ୍ଚାୟତରେ l ଅଧିକ ପଢନ୍ତୁ...
ପିଡ଼ିଏସ ସାମଗ୍ରୀ ଚୋରା ଚାଲାଣ ଅଭିଯୋଗରେ ଟ୍ରକକୁ କାବୁ କଲେ ଗ୍ରାମବାସୀ
ପିଡ଼ିଏସ ସାମଗ୍ରୀ ଚୋରା ଚାଲାଣ ଅଭିଯୋଗରେ ଟ୍ରକକୁ କାବୁ କଲେ ଗ୍ରାମବାସୀ
ଟ୍ରକ ସହ ଡ୍ରାଇଭରକୁ ରଣପୁର ଥାନାରେ ଜିମା ଦେବା ସହ ଗ୍ରାମବାସୀଙ୍କ ଦ୍ଵାରା ରଣପୁର ଥାନରେ ଏକ ଲିଖିତ ଅଭିଯୋଗ କରାଯାଇଛି l ଅନ୍ୟପଟେ ରଣପୁର ବ୍ଲକର ଯୋଗାଣ ଅଧିକାରିଣୀ ଅନିତା ରାଉତରାୟ ଏହି ଘଟଣାକୁ ଖଣ୍ଡନ କରିବା ସହ ରଙ୍କଦେଉଳି ପଞ୍ଚାୟତରେ ପିଡ଼ିଏସ ଚାଉଳ ହେରଫେର ହୋଇନଥିବା କହିଥିବା ସୂଚନା ମିଳିଛି l ତେବେ ଏହି ଚାଉଳ କାହାର ଏବଂ କେଉଁଆଡେ ଯାଉଥିଲା ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ