ନୟାଗଡ଼: ପଥର ବ୍ଲାଷ୍ଟିଂ ବିରୋଧରେ ଗର୍ଜିଲେ ଲୋକେ । ପଥର ବ୍ଲାଷ୍ଟିଂ ପାଇଁ ଏକାଠି ଶତାଧିକ ଲୋକ ଆନ୍ଦୋଳନ କରିଛନ୍ତି । ପଥର ଖଣି ବନ୍ଦ ହେବା ପାଇଁ ପ୍ରତିଶୃତି ମିଳିବା ପରେ ଜନଆନ୍ଦୋଳନରୁ ଓହରିଲେ ଲୋକେ । ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତେଣ୍ଡାବାଡି ପଞ୍ଚାୟତର ପୋଇବାଡି ନିକଟସ୍ଥ ମଳିକ ପାହାଡରୁ ବ୍ଲାଷ୍ଟିଂ ବନ୍ଦ ଦାବିରେ ଦଶପଲ୍ଲାରେ ଜନ ଆନ୍ଦୋଳନ ଦେଖିବାକୁ ମିଳିଛି ।
ପୋଇବାଡି, ନୂଆସାହି ଓ ପଙ୍କାଳ ସାହିର ଜନସାଧାରଣ ତ୍ରିନାଥ ବଜାର ସ୍ଥିତ ମେଳିଆ ତୋଟା ଠାରୁ ଶୋଭାଯାତ୍ରାରେ ବାହାରି ତହସିଲ ଅଫିସ୍ ଠାରେ ପହଞ୍ଚି ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲେ । ଏହି ମର୍ମରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ପରେ ତହସିଲଦାର ଭେଙ୍କଟେସ ରାଓ ଆନ୍ଦୋଳନକାରୀଙ୍କ ସମ୍ମୁଖରେ ସେହି ପଥର କମ୍ପାନୀ ମାଲିକଙ୍କୁ ଫୋନ ଯୋଗେ କାମ ବନ୍ଦ ଓ ସମସ୍ତ ମେସିନ ବାହାରକୁ ବାହାର କରିବା ପାଇଁ କହିଥିଲେ ।