ଓଡିଶା

odisha

ETV Bharat / state

ନିମ୍ନମାନର ପାଇଖାନା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ - ଜାକେଡା ଗ୍ରାମବାସୀଙ୍କ ଅଭିଯୋଗ

ନୟାଗଡରେ ପାଇଖାନା ନିର୍ମାଣ ଦାୟିତ୍ବ ନେଇଥିବା ଠିକାସଂସ୍ଥା ନିମ୍ନମାନର କାମ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ନିମ୍ନମାନର ପାଇଖାନା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ
ନିମ୍ନମାନର ପାଇଖାନା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ

By

Published : Dec 11, 2020, 7:13 PM IST

ନୟାଗଡ଼: ଠିକା ସଂସ୍ଥା ନିମ୍ନମାନର ପାଇଖାନା ନିର୍ମାଣ କରିଥିବା ଅଭିଯୋଗ କରିଛନ୍ତି ନୟାଗଡା ଜିଲ୍ଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର କେତେକ ଗ୍ରାମବାସୀ । ପାଇଖାନା ନିର୍ମାଣକୁ 4 ମାସ ନପୂରୁଣୁ କାହାର କାନ୍ଥ ଭଙ୍ଗିଗଲାଣି ତ ଆଉ କାହାର ଟିଣ ଉଡିଗଲାଣି । ପାଇଖାନା ସ୍ଥିତି ବ୍ୟବହାର ଯୋଗ୍ୟ ଅବସ୍ଥାରେ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।

ନିମ୍ନମାନର ପାଇଖାନା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ

କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କ ପାଇଁ ପାଇଖାନା ତିଆରି କରିବାକୁ 12 ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି l ହେଲେ ଠିକା ଜରିଆରେ ପାଇଖାନା ନିର୍ମାଣ କରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଠିକାସଂସ୍ଥା ନିମ୍ନମାନର କାମ କରିଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ବହୁଳ ଜାକେଡା ପଞ୍ଚାୟତର ଗୁଣ୍ଡୀରା ସାହି ଗ୍ରାମର ବେଣୁଧର ଜାନୀ, ଗୋବିନ୍ଦ ଜାନୀ, ସୁକ ଜାନୀ, କାର୍ତ୍ତିକ ଜାନୀ ପ୍ରମୁଖ ତଥା ଗ୍ରାମର ସମସ୍ତ ହିତାଧିକାରୀଙ୍କ ପାଇଖାନା ନିର୍ମାଣ ଦାୟିତ୍ୱ ଜଣେ ଠିକାଦାର ନେଇଥିଲେ l ମାତ୍ର ପାଇଖାନା ନିର୍ମାଣକୁ 4 ମାସ ନବିତୁଣୁ କାହାର ପାଇଖାନା ଭାଙ୍ଗି ଗଲାଣି ତ ପୁଣି କାହାର ଟିଣ ଉଡ଼ିଗଲାଣି l

ଗ୍ରାମର ସମସ୍ତ ହିତାଧିକାରୀଙ୍କ ଅବସ୍ଥା ଏପରି ଥିବା ଅଭିଯୋଗ କରିଛନ୍ତି ଲୋକେ l ପାଇଖାନାର ସ୍ଥିତି ଏପରି ଯେ ଦିନେ ହେଲେ ବ୍ୟବହାର କରାଯାଇ ପାରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ତେବେ ପାଇଖାନା ପୁନଃ ନିର୍ମାଣ କରିବା ଏବଂ ଏଥିରେ ଦୁର୍ନୀତି ହୋଇଥିବାରୁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ l


ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details