ନୟାଗଡ଼: ପାଣି ପାଇଁ ରାସ୍ତାରୋକ କଲେ ସାହି ବାସିନ୍ଦା । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ତଳସାହି ବାସିନ୍ଦାମାନେ ପାଣି ପାଇଁ ଏଭଳି ଭାବେ ପ୍ରତିବାଦ କରିଛନ୍ତି l ଭଞ୍ଜନଗର–ଭୁବନେଶ୍ୱର ରାଜପଥରେ ଗରା, ହାଣ୍ଡି ,ବାଲ୍ଟି ରଖି ମହିଳାମାନେ ରାସ୍ତା ଅବରୋଧ କରିଥିଲେ।
ପାନୀୟଜଳ ସୁବିଧା ନ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ରାସ୍ତାକୁ ଓଲ୍ଲାଇଥିଲେ ସାହି ବାସିନ୍ଦା l ତଳସାହି ସମୁଦାୟ ୫୦ରୂ ଊର୍ଦ୍ଧ୍ବ ପରିବାର ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି। କିନ୍ତୁ ଦୀର୍ଘ ୧ ମାସରୁ ଉର୍ଦ୍ଧ୍ବ ସମୟ ଧରି ନଳକୂପଟି ଅଚଳ ହୋଇପଡିଥିଲେ ସୁଦ୍ଧା ଗ୍ରାମବାସୀମାନେ ବହୁବାର ଏ ସଂକ୍ରାନ୍ତରେ ସରପଞ୍ଚକୁ ଅଭିଯୋଗ କରିଥିଲେ l କୌଣସି ସୁଫଳ ମିଳିନଥିଲା ।