ଓଡିଶା

odisha

ETV Bharat / state

Mo Guhala Scam: ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ - ନୟାଗଡ଼ ମୋ ଗୁହାଳ ଯୋଜନା ଦୁର୍ନୀତି

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ସରକାରଙ୍କ ‘ମୋ ଗୁହାଳ’ ଯୋଜନା ପହଞ୍ଚିନଥିବା ଅଭିଯୋଗ ହୋଇଛି । ଯୋଗ୍ୟ ପଶୁପାଳକଙ୍କୁ ମିଳୁନଥିବାରୁ ଭିଜିଲାନ୍ସ ତଦନ୍ତ କରାଗଲେ ଅସଲ ସତ ସାମ୍ନାକୁ ଆସିବା ସହ ଦୁର୍ନୀତିଖୋର ବ୍ୟକ୍ତି ଧରାପଡିବେ ବୋଲି ଗ୍ରାମବାସୀ କହିଛନ୍ତି । ଅଧିକ ପଢନ୍ତୁ

mo guhala scam: ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ
mo guhala scam: ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ

By

Published : Jan 15, 2022, 5:06 PM IST

ନୟାଗଡ଼: ଯୋଗ୍ୟ ପଶୁପାଳକଙ୍କୁ ମିଳୁନି ସରକାରଙ୍କ ଦ୍ବାରା ପ୍ରଦତ୍ତ ଗୁହାଳ । ଏହି ସରକାରୀ ଯୋଜନା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ଗୁହାଳ ଯୋଜନାକୁ ବାଟମାରଣା କରାଯାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି । ଫଳରେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ । ଭାପୁର ବ୍ଲକ ଚକ୍ରଧରପ୍ରସାଦ ଗ୍ରାମପଞ୍ଚାୟତରେ ‘ମୋ ଗୁହାଳ’ ଯୋଜନା ପ୍ରହସନ ପାଲଟିଥିବା ଅଭିଯୋଗ ହୋଇଛି l

mo guhala scam: ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ

ଏହାକୁ ପଞ୍ଚାୟତ ନିର୍ବାଚନରେ ମୁଦ୍ଦା କରିବେ ବୋଲି ପ୍ରାର୍ଥୀ କହିଛନ୍ତି । ପଶୁ ପାଳନ କରୁଥିବା ପଶୁପାଳକଙ୍କୁ ପ୍ରୋତ୍ସାହନ ସ୍ବରୂପ ରାଜ୍ୟ ସରକାର ‘ମୋ ଗୁହାଳ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଗାଈଗୋରୁ ଏବଂ ଛେଳି ମେଣ୍ଢା ଆଦି ପାଳନ କରି ଜୀବିକା ନିର୍ବାହ କରିଥିବା ହିତାଧିକାରୀଙ୍କ ସୁବିଧା ପାଇଁ ‘ମୋ ଗୁହାଳ’ ଯୋଜନାରେ ସାମିଲ କରାଯାଉଛି ଅନେକ ଯୋଗ୍ୟ ହିତାଧିକାରୀ । ‘ମୋ ଗୁହାଳ’ ଯୋଜନାରେ ପକ୍କାଘର ଖଣ୍ଡିଏ ପାଇବାକୁ ପଞ୍ଚାୟତ ଅଫିସଠାରୁ ରାଜନେତାଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ଲୋକେ । ହେଲେ ‘ମୋ ଗୁହାଳ’ ଯୋଜନାରେ ସାମିଲ କରାଯାଉନାହିଁ ।

ଲାଞ୍ଚ ଦେଇ ଅନେକ ଅଯୋଗ୍ୟ ହିତାଧିକାରୀ ଗୁହାଳ ହାତେଇଛନ୍ତି । କିନ୍ତୁ, ଯୋଗ୍ୟ ହିତାଧିକାରୀଙ୍କୁ ଗୁହାଳ ମିଳୁନାହିଁ । ଏନେଇ ଚକ୍ରଧରପ୍ରସାଦରେ ଲୋକେ ତଦନ୍ତ ଦାବି କରିଛନ୍ତି । ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଗ୍ରାମବାସୀ ଲିଖିତ ଅଭିଯୋଗ କରି ତଦନ୍ତ କରିଥିଲେ, ହେଲେ ପ୍ରଶାସନ ଶୁଣୁନଥିବା ଗ୍ରାମବାସୀ କହିଛନ୍ତି । ଭିଜିଲାନ୍ସ ତଦନ୍ତ କରାଗଲେ ଅସଲ ସତ ସାମ୍ନାକୁ ଆସିବା ସହ ଦୁର୍ନୀତିଖୋର ବ୍ୟକ୍ତି ଧରାପଡିବେ ବୋଲି ଗ୍ରାମବାସୀ କହିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details