କେନ୍ଦ୍ରାପଡା:ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ କେନ୍ଦ୍ରାପଡ଼ା ଜିଲ୍ଲା ସଞ୍ଚାଳନ ସମିତିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି । ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ଓଡ଼ିଶାରେ ପାଣ୍ଠି ସଂଗ୍ରହ କରାଯିବା ନେଇ ଆଲୋଚନାରେ ନିଷ୍ପତ୍ତି ହୋଇଛି ।
ସମଗ୍ର ଦେଶବାସୀଙ୍କ ଭାବନାର ପ୍ରତୀକ ଶ୍ରୀରାମ ମନ୍ଦିର । ଏହାର ନିର୍ମାଣ ପାଇଁ ସମଗ୍ର ଭାରତବାସୀଙ୍କୁ ସହୟତା ସମର୍ପଣ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ସଦସ୍ୟ ଆନନ୍ଦଜୀ ପାଣ୍ଡେ । ଓଡିଶାରେ ଆସନ୍ତା 15ତାରିଖରୁ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କରିବ ବିଶ୍ୱ ହିନ୍ଦୁ ପରିଷଦ । ସମଗ୍ର ସାଢେ 5ଲକ୍ଷ ଗାଁରେ ସଞ୍ଚାଳନ କମିଟି ପହଞ୍ଚିବାର ଲକ୍ଷ୍ୟ ରଖାଯାଇଛି ।