ଓଡିଶା

odisha

ETV Bharat / state

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ପଦଯାତ୍ରା - journalist attack

ନୟାଗଡ଼ର ବିଭିନ୍ନ ସଙ୍ଗଠନ ପକ୍ଷରୁ ବିରୋଧ କରିବା ସହ ବିଜେପି କର୍ମୀଙ୍କୁ ଗିରଫ ଦାବିରେ ନୟାଗଡ଼ ବସ ଷ୍ଟାଣ୍ତ ଠାରେ ରାସ୍ତାରୋକ କରାଯାଇଥିଲା ।

ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ପଦଯାତ୍ରା
ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ପଦଯାତ୍ରା

By

Published : Dec 27, 2020, 8:17 PM IST

ନୟାଗଡ: ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ବିରୋଧ କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣାକୁ ନୟାଗଡ଼ର ବିଭିନ୍ନ ସଙ୍ଗଠନ ପକ୍ଷରୁ ବିରୋଧ କରିବା ସହ ବିଜେପି କର୍ମୀଙ୍କୁ ଗିରଫ ଦାବିରେ ନୟାଗଡ଼ ବସ ଷ୍ଟାଣ୍ତ ଠାରେ ରାସ୍ତାରୋକ କରିଯାଇଥିଲା ।

ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ପଦଯାତ୍ରା

ଯଦୁପୁରରେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ଘଟଣାରେ 2 ଜଣ ଗିରଫ ହୋଇଛନ୍ତି । କିନ୍ତୁ ଅନ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି ଜୋର ଧରିଛି l

ପରୀ ହତ୍ୟାକାଣ୍ଡ ଘଟଣାର ଖବର ସଂଗ୍ରହ କରୁଥିବାବେଳେ ଆକ୍ରମଣ କରାଯାଇଥିଲା l ବିଜେପି ପକ୍ଷରୁ କରାଯାଉଥିବା ପଦଯାତ୍ରା ଯଦୁପୁରରେ ପହଞ୍ଚିଥିଲା । ତେବେ ହଠାତ୍ ସେମାନଙ୍କ ମଧ୍ୟରୁ କିଛି କର୍ମୀ ଏକ ପାଖିଆ ଖବର ସଂଗ୍ରହ କରୁଥିବା ଅଭିଯୋଗ କରି ଏକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରିବା ସହ କ୍ୟାମେରା ଛଡେଇ ନେଇ ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ମାଡ ମାରିଥିଲେ ।

ପରେ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ପରେ ସମ୍ପୃକ୍ତ ଏନେଇ ସାମ୍ବାଦିକଙ୍କ ପକ୍ଷରୁ ସଦର ଥାନାରେ ମାମଲା ଦାୟର କରିଥିଲେ ।

ତେବେ ଏହି ଘଟଣାରେ ନୟାଗଡ ପୋଲିସ 2 ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜିଲ୍ଲା ସାମ୍ବାଦିକମାନେ ଏକ ରାଲିରେ ଆସି ନୟାଗଡ ଉପଜିଲ୍ଲାପାଳଙ୍କୁ ଏନେଇ ଏକ ଦାବିପତ୍ର ଦେଇଛନ୍ତି ।

ପରେ ନୂତନ ଭାବେ ଯୋଗ ଦେଇଥିବା ଏସପିଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତିଭୂଷଣ କର ମଧ୍ୟ ଏ ନେଇ ଏକ ଦାବି ପାତ୍ର ନୟାଗଡ ଟାଉନ ଥାନାରେ ଦେଇଛନ୍ତି । ଆଗାମୀ ଦିନରେ ସମସ୍ତ ଅଭିଯୁକ୍ତଙ୍କୁ ଧରା ନଗଲେ ଆନ୍ଦୋଳ ତୀବ୍ର ହେବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details