ନୟାଗଡ଼: ରଣପୁର ତହସିଲ କାର୍ଯ୍ୟଳୟ ଆଗରେ ପାଞ୍ଚ ଦଫା ଦାବି ନେଇ 50 ରୁ ଊର୍ଦ୍ଧ୍ବ ଅଣ ପଞ୍ଜିକୃତ ମିନି ଟ୍ରକ ସଂଘର ଗାଡି ମାଲିକ ଓ କର୍ମଚାରୀ ଧାରଣାରେ ବସିଛନ୍ତି l ସେମାନଙ୍କର ଦାବି ଗୁଡିକ ହେଲା, ଗାଡିର କର୍ମଚାରୀମାନଙ୍କୁ ପ୍ରଶାସନ ମାଡ଼ ମାରିବା ଓ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ବନ୍ଦ କରାଯାଉ ।
ସେହିପରି ଘର ତିଆର ସାମଗ୍ରୀ ପରିବହନ ଉପରୁ ଏକାଧିକବାର ରୟାଲିଟି ଓ ଭ୍ୟାଟ୍ ଉଚ୍ଛେଦ କରାଯାଉ ଆଦି ଏପରି 5 ଦଫା ଦାବି ରହିଛି l ଗାଡି ମାଲିକ ଓ କର୍ମଚାରୀମାନେ ମିନି ଟ୍ରକ ମାଧ୍ୟମରେ ରଣପୁରର ଆଖପାଖ ଅଞ୍ଚଳକୁ ବାଲି, ପଥର, ଗୋଡି ପରିବହନ କରି ପରିବାର ପ୍ରତିପୋଷଣ କରୁଥିଲେ l ଦୀର୍ଘ 8 ମାସ ହେବ କୋରୋନା ପାଇଁ ପରିବହନ ବନ୍ଦ ପଡ଼ିଥିବା ହେତୁ 1000ରୁ ଊର୍ଦ୍ଧ୍ବ ପରିବାର ନିଜର ଜୀବିକା ହରାଇଛନ୍ତି l