ଓଡିଶା

odisha

ETV Bharat / state

ଝାଡୁ ମାରିବାକୁ ଯାଇ ଜେଲରୁ ଚମ୍ପଟ ମାରିଲା ବିଚାରଧିନ କଏଦୀ

ଜେଲରୁ ବିଚାରଧୀନ କଏଦୀ ଫେରାର । ଗତକାଲି ଠାରୁ ଫେରାର ହୋଇଛି କଏଦୀ । ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୋଲିସ । ଅଧିକ ପଢନ୍ତୁ

By

Published : Oct 26, 2022, 12:55 PM IST

ଜେଲରୁ ବିଚାରଧୀନ କଏଦୀ ଫେରାର
ଜେଲରୁ ବିଚାରଧୀନ କଏଦୀ ଫେରାର

ନୟାଗଡ:ଜେଲରୁ ବିଚାରଧୀନ କଏଦୀ ଫେରାର । ଏଭଳି ଏକ ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଦେଖିବାକୁ ମିଳିଛି । ଫେରାର କଏଦୀ ଜଣକ ଗଣିଆ ଥାନା ନିକଟ ହିମାଂଶୁ କୁମାର ନାୟକ ବୋଲି ଜଣାପଡିଛି । ୨୦୨୦ ମସିହାରୁ ନିଜ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଦଶପଲ୍ଲା ଜେଲ ଜେଲରେ ଥିଲେ ହିମାଂଶୁ । ଝାଡୁ କରିବା ବାହାନାରେ ଜେଲରୁ ଚମ୍ପଟ ମାରିଛି କଏଦୀ ।

ତେବେ ୨୦୨୦ ମସିହାରୁ ବିଚାରଧୀନ କଏଦୀ ଭାବରେ ଥିଲେ ହିମାଂଶୁ । ସେହି ଦିନ ଠାରୁ ବିଚାରଧୀନ କଏଦୀ ରୂପେ ଜେଲରେ ରହୁଥିଲା l ଜେଲ ପକ୍ଷରୁ ତାକୁ ଜେଲ ଭିତର ଓ ବାହାର ଓଳାଇବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା l ଏନେଇ ଜେଲ କର୍ମଚାରୀ ମାନେ ନିଜ କାମରେ ବ୍ୟସ୍ତ ଥିବା ସମୟରେ କଏଦୀ ଜଣକ ଜେଲରେ ଝାଡୁ କରିବା ବାହାନାରେ ଚମ୍ପଟ ମାରିଥିଲା । କିଛି ସମୟ ପରେ ଜେଲ କର୍ମଚାରୀ ଖୋଜା ଖୋଜି କରି ଜେଲର ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ ।

ତେବେ ଆଜି ସ୍ତ୍ରୀ ହତ୍ୟାକାଣ୍ଡ ଘଟଣା ସମ୍ପର୍କରେ ନୟାଗଡ କୋର୍ଟରେ ତାରିଖ ଥିବାବେଳେ କେଉଁ ଭଳି ଭାବେ ଜେଲ କର୍ମଚାରୀ ଜଣେ ବିଚାରଧୀନ କଏଦୀକୁ ଗେଟ ବାହାରକୁ ଝାଡୁ ମାରିବାକୁ ଛାଡ଼ିଥିଲେ l ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି l ଅନ୍ୟପଟେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତାଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି l

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details