ନୟାଗଡ଼: ଟାୱାରରୁ ଚୋରୀ କରିବା ମହଙ୍ଗା ପଡ଼ିଲା। 2 ଚୋରଙ୍କୁ ଧରି ନିସ୍ତୁକ ମାଡ଼ ଦେଲେ ଗ୍ରାମବାସୀ । ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ନୂଆ ଗଡ଼ିଆ ଫାଣ୍ଡି ଅନ୍ତର୍ଗତ ଭଅଁରପଲ୍ଲୀ ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଗତକାଲି (ରବିବାର) ବିଳମ୍ବିତ ରାତିରେ 2 ଜଣ ଚୋର ଭଅଁରପଲ୍ଲୀ ଗାଁ ମୁଣ୍ଡ ରେ ଥିବା ଏକ ମୋବାଇଲ ଫୋନ ଟାୱାରରୁ ଚୋରି କରୁଥିଲେ।
ଏହି ସମୟରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ ଚୋର ଦ୍ବୟ । ତେବେ ଗାଁ ଲୋକମାନେ ଚୋର ଦୁଇ ଜଣକୁ ବାନ୍ଧି ପ୍ରଥମେ ନିସ୍ତୁକ ପିଟିଥିଲେ। ଏହାପରେ ଗାଁ ଲୋକେ ଖଣ୍ଡପଡା ପୋଲିସକୁ ଖବର ଦେଇଥିଲେ। ପୋଲିସ ଉଭୟ ଚୋରଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।