ନୟାଗଡ଼: ସାରା ଦେଶରେ କୋରୋନା ମହାମାରୀ ଯୋଗୁଁ ଅନେକଙ୍କ ଜୀବନ ଦୀପ ଲିଭିଯାଉଛି l ମହାମାରୀର ଭୟାଭହତା କାରଣରୁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଘରୋଇ ଏବଂ ସରକାରୀ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛନ୍ତି l ମାତ୍ର ନୟାଗଡ଼ ଜିଲ୍ଲା ଚାନ୍ଦପୁର ସ୍ଥିତ ମଦର ଷ୍ଟାର ଟ୍ୟୁଟୋରିଆଲରେ 2 ଜଣ ଶିକ୍ଷକ ଏହାକୁ ବେଖାତିର କରିଥିବା ଦେଖିବାକୁ ମିଳିଛି l ଶିକ୍ଷକ ହୋଇ ପିଲାଙ୍କ ଭବିଷ୍ୟତକୁ ବାଜିରେ ଲଗାଇଛନ୍ତି l
ଏକାଠି କରି ପିଲାଙ୍କୁ ପଢାଉଥିଲେ l ଥରେ ଚିନ୍ତା କଲେନି କୌଣସି ଛାତ୍ରଛାତ୍ରୀଙ୍କୁ ସଂକ୍ରମଣ ହେଲେ କେତେ ଭୟଙ୍କର ହୋଇପାରେ ପରିଣାମ l ମହାମାରୀ ସମୟରେ ଚଳାଉଥିଲେ କୋଚିଂ l ପିଲାମାନଙ୍କୁ ପାଠ ପଢାଉଥିଲେ l ନାଁ ଥିଲା ସାମାଜିକ ଦୂରତା, ନାଁ ମୁହଁରେ ମାସ୍କ l