ଓଡିଶା

odisha

By

Published : Mar 19, 2021, 8:29 AM IST

Updated : Mar 19, 2021, 10:23 AM IST

ETV Bharat / state

ଦୁଇ ବାଇକ ମୁହାଁମୁହିଁ ଧକ୍କା; 3 ମୃତ

ନୟାଗଡ଼ ଜିଲ୍ଲା ସରଣକୁଳ ଥାନା ଜଗନ୍ନାଥପୁରଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଦୁଇ ବାଇକ ମୁହାଁମୁହିଁ ଧକ୍କା
ଦୁଇ ବାଇକ ମୁହାଁମୁହିଁ ଧକ୍କା

ନୟାଗଡ:ଜିଲ୍ଲା ସରଣକୁଳ ଥାନା ଜଗନ୍ନାଥପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନିଜଣଙ୍କର ମୃତ୍ୟୁ ହୋଇଛି ।

ଦୁଇ ବାଇକ ମୁହାଁମୁହିଁ ଧକ୍କା; 3 ମୃତ

ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ନୟାଗଡ ସରଣକୁଳ ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଘଟଣାସ୍ଥଳରେ ଭୋଇସାହିର କୃଷ୍ଣଚନ୍ଦ୍ର ନାୟକଙ୍କର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ମୁନା ନାୟକଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ କଟକ ବଡ ମୋଡିକାଲକୁ ସ୍ତନାନ୍ତରିତ କରାଯାଇଛି ।

ଉଭୟ ବାଇକ ଦ୍ରୁତ ଗତିରେ ଥିଲା । ଦ୍ରୁତ ଗାଡିଚାଳନାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରିଛି ପୋଲିସ । ଦୁର୍ଘଟଣାର ଖବର ପାଇ ସରଣକୁଳ ପୋଲିସ ଓ ନୟାଗଡ଼ ଟାଉନ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Mar 19, 2021, 10:23 AM IST

ABOUT THE AUTHOR

...view details