ଓଡିଶା

odisha

By

Published : May 4, 2021, 12:04 PM IST

ETV Bharat / state

ଭୁଜାଲି ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠୁ 2 ଲକ୍ଷ ଟଙ୍କା ଲୁଟ

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟି ନେଲେ ତିନି ଦୁବୃର୍ତ୍ତ । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ...

ଭୁଜାଲି ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଲୁଟ
ଭୁଜାଲି ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଲୁଟ

ନୟାଗଡ: ନୟାଗଡ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାଝୋଲା ଫାଣ୍ଡି ଅଧିନସ୍ଥ ଦଧିବାମନ ଜିଉଁ କଲେଜ ଛକ ପାଖରେ ଗତକାଲି ଅପରାହ୍ନରେ ବନ୍ଦନ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି 3 ଦୁର୍ବୃତ୍ତ ।

ଭୁଜାଲି ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଲୁଟ

ଗୋଟିଏ କଳା ଗ୍ଲାମର ବାଇକରେ ତିନି ଜଣ ଦୁର୍ବୁତ୍ତ ଲୁଟେରା ଆସି ଫାଇନାନ୍ସ କର୍ମଚାରୀଙ୍କ ଉପରେ ଭୁଜାଲି ଏବଂ କାତିରେ ଅତର୍କିତ ଆକ୍ରମଣ କରିଥିଲେ l ଫଳରେ କର୍ମଚାରୀ ଜଣକ ଭୟଭୀତ ହୋଇ ଟଙ୍କା ବ୍ୟାଗଟିକୁ ଲୁଟେରାଙ୍କୁ ଦେଇ ଦେଇ ଥିଲେ l ଟଙ୍କା ବ୍ୟାଗ ପାଇବା ମାତ୍ରେ ଲୁଟେରା ଚମ୍ପଟ ମାରିଥିଲେ l

ଘଟଣା ପରେ ସଙ୍ଗେ ସଙ୍ଗେ କର୍ମଚାରୀ ଜଣଙ୍କ ଭାଟସାହି ଗ୍ରାମର ନିଜ ବ୍ୟାଙ୍କରୁ ଋଣ ନେଇଥିବା କିଛି ଗ୍ରାହକଙ୍କୁ ଫୋନରେ ଯୋଗାଯୋଗ କରି ସହାୟତା ମାଗିଥିଲେ | ଯାହା ଫଳରେ ଖବର ପାଇ ଭାଟସାହି ଗ୍ରାମର କିଛି ଲୋକେ ଘଟଣା ସ୍ଥଳରେ ପହଁଞ୍ଚିଥିଲେ l ଏନେଇ ଓଡଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି l ପୋଲିସ ଏହାର ତଦନ୍ତ ଆରମ୍ଭ କରିଦେଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details