ଓଡିଶା

odisha

ETV Bharat / state

ମା’ ଆରପାରିରେ ଡାକ୍ତରଖାନାରେ ବାପା, ଅନ୍ଧାରରେ ୨ କଅଁଳ କଢିଙ୍କ ଭବିଷ୍ୟତ - helpless children

କିଏ ଜାଣେ ଦୁଃଖ କାହା ଜୀବନରେ କେତେବେଳେ ଆସି ପହଞ୍ଚିବ । ବୟସ କି ସମୟ କିଛି ନ ଦେଖି ଜୀବନରେ ଘୋଟିଆସେ ବିପଦ । ଏଇ ଦେଖୁନାହାଁନ୍ତି 6 ମାସର କୁନି ପୁଅ ଜୀବନରେ କିପରି ଦୁଃଖର ବାଦଲ ମାଡିଯାଇଛି । ମା’ କଣ ଜାଣିବା ପୂର୍ବରୁ ତା' ଜୀବନରୁ ମାଆକୁ ଛଡାଇ ନେଇଛି ଦଇବ । ଅଧିକ ପଢନ୍ତୁ...

ମାଆ ଆରପାରିରେ, ବାପା ଡାକ୍ତରଖାନାରେ: ଅନ୍ଧାରରେ 6 ମାସ ପୁଅର ଜୀବନ
ମାଆ ଆରପାରିରେ, ବାପା ଡାକ୍ତରଖାନାରେ: ଅନ୍ଧାରରେ 6 ମାସ ପୁଅର ଜୀବନ

By

Published : Nov 12, 2021, 2:57 PM IST

ନୟାଗଡ଼: କିଏ ଜାଣେ ଦୁଃଖ କାହା ଜୀବନରେ କେତେବେଳେ ଆସି ପହଞ୍ଚିବ । ବୟସ କି ସମୟ କିଛି ନ ଦେଖି ପହଞ୍ଚିଯାଏ ବିପଦ । ଏଇ ଦେଖୁନାହାଁନ୍ତି 6 ମାସର କୁନି ପୁଅ ଜୀବନରେ କିପରି ଦୁଃଖର ବାଦଲ ଘୋଟିଯାଇଛି । ମାଆ କଣ ଜାଣିବା ପୂର୍ବରୁ ଦଇବ ତା' ଜୀବନରୁ ମାଆକୁ ଛଡାଇ ନେଇଛି । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ବିରିଡିହି ଗାଁରେ । ଗ୍ୟାସ ଟାଙ୍କି ଫାଟି ଚାଲିଯାଇଛି ଏହି ଶିଶୁପୁତ୍ର ମାଆର ଜୀବନ । ବାପା ବି ମାଆକୁ ବଞ୍ଚାଇବାକୁ ଯାଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ।

ମାଆ ଆରପାରିରେ, ବାପା ଡାକ୍ତରଖାନାରେ: ଅନ୍ଧାରରେ 6 ମାସ ପୁଅର ଜୀବନ

ଗତ ଅଗଷ୍ଟ 31 ର ଘଟଣା । ସବୁଦିନ ପରି ବିରିଡିହି ଗାଁର ସିଲୁ ଜେନାଙ୍କ ସ୍ତ୍ରୀ ହରପ୍ରିୟା ରୋଷେଇ କରୁଥିଲେ । ହେଲେ ହଠାତ୍ ଗ୍ୟାସ ଟାଙ୍କି ଫାଟି ଘର ସାରା ନିଆଁ ବ୍ୟାପିଯାଏ । ଆଉ କେହି କିଛି ବୁଝିବା ଆଗରୁ ହରପ୍ରିୟାଙ୍କ ମୃତ୍ୟୁ ଘଟେ । 6 ମାସର ପୁଅକୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି ସିଲୁ । ଘରେ ବୁଢା ବାପା-ମାଆ, କୁନି ଝିଅ ଆଉ ଛୋଟିଆ ପୁଅ । ଅଗ୍ନିକାଣ୍ଡରେ ଘର ସମେତ ଅର୍ଜିତ ଧନ ପୋଡି ପାଉଁଶ ହୋଇଯାଇଛି । ନା ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଅଛି, ନା ଦାନା ପାଇଁ ସମ୍ବଳ । ମାଆର ମୃତ୍ୟୁ ଘଟି ଥିବାବେଳେ ବାପା ବି ଡାକ୍ତରଖାନାରେ । ଏପରି ସମୟରେ କଅଁଳ ଶିଶୁଟିର ଭବିଷ୍ୟତ ଅନିଶ୍ଚିତତା ଘେରକୁ ଚାଲିଯାଇଛି ।

ସେପଟେ ଅର୍ଥ ଅଭାବରୁ ସିଲୁଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ମଧ୍ୟ ପରିବାର ପାଇଁ ସମ୍ଭବ ହୋଇପାରୁନାହିଁ । ସେଥିପାଇଁ ଗ୍ରାମବାସୀ ସହାୟତାର ହାତ ବଢ଼ାଇଛନ୍ତି । ଗ୍ରାମବାସୀ ଯିଏ ଯାହା ଦେଲା ତାହାକୁ ଆଦାୟ କରାଯାଉଛି । କିଏ ଚାଉଳ ଦେଉଛନ୍ତି ତ ପୁଣି କିଏ ଟଙ୍କା । ଏହିପରି ଭାବେ ଗ୍ରାମବାସୀ ଆଦାୟ କରି ସିଲୁଙ୍କୁ ଭଲ କରିବାକୁ ଉଦ୍ୟମ କରୁଛନ୍ତି । ଗ୍ରାମବାସୀଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ବେଶ ପ୍ରଶଂସା କରାଯାଉଛି । ହେଲେ ସିଲୁଙ୍କ ଚିକିତ୍ସା ଏବଂ ପରିବାର ପ୍ରତିପୋଷଣ ପାଇଁ ଗ୍ରାମବାସୀଙ୍କ ଏ ଟଙ୍କା ସମୁଦ୍ରକୁ ଶଙ୍ଖେ ସଦୃଶ ।

ପ୍ରଶାସନ ତରଫରୁ ଅସହାୟ ପରିବାରକୁ କେବଳ ଜରିପାଲ ଖଣ୍ଡିଏ ଯୋଗାଇ ଦିଆଯାଇଛି । ଏନେଇ ଜିଲ୍ଲପାଳଙ୍କୁ ପଚାରିବାରୁ ଯଥାସମ୍ଭବ କୁନିପୁଅକୁ ଏବଂ ତାଙ୍କ ପରିବାରକୁ ସାହାଯ୍ୟ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି । ମାତ୍ର ଏହି ଅସହାୟ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।


ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details