ଓଡିଶା

odisha

ETV Bharat / state

ରାଜସୁନାଖଳାରେ ବଢୁଛି ଟ୍ରାଫିକ ସମସ୍ୟା, ରାସ୍ତା ଜାମ କରୁଛନ୍ତି ବ୍ୟବସାୟୀ

ନୟାଗଡ଼ ଜିଲ୍ଲାର ଏକ ବୃହତ୍ତ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ରାଜସୁନାଖଳାରେ ବଢୁଛି ଟ୍ରାଫିକ ସମସ୍ୟା । ଅଧିକ ପଢନ୍ତୁ ....

ରାଜସୁନାଖଳାରେ ବଢୁଛି ଟ୍ରାଫିକ ସମସ୍ୟା, ରାସ୍ତା ଜାମ କରୁଛନ୍ତି ବ୍ୟବସାୟୀ
ରାଜସୁନାଖଳାରେ ବଢୁଛି ଟ୍ରାଫିକ ସମସ୍ୟା, ରାସ୍ତା ଜାମ କରୁଛନ୍ତି ବ୍ୟବସାୟୀ

By

Published : Mar 15, 2021, 8:28 PM IST

ନୟାଗଡ଼: ଜିଲ୍ଲାର ଏକ ବୃହତ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ରାଜସୁନାଖଳା l ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ଅଧୀନରେ ତଥା ସୀମାନ୍ତରେ ଥିବାରୁ ଏଠାରେ ପ୍ରତ୍ୟେକ ଦିନ ଜନ ଗହଳି ଲାଗି ରହିଥାଏ l ବଜାର ଧୀରେ ଧୀରେ ବଢ଼ୁଥିବାରୁ ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି l ହେଲେ ରାଜସୁନାଖଳାରେ ଟ୍ରାଫିକ ସମସ୍ୟା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି l

ରାଜସୁନାଖଳାରେ ବଢୁଛି ଟ୍ରାଫିକ ସମସ୍ୟା, ରାସ୍ତା ଜାମ କରୁଛନ୍ତି ବ୍ୟବସାୟୀ

ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ରାଜସୁନାଖଳା ଦେଇ ଗଲେ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି l 5 ମିନିଟର ରାସ୍ତାକୁ ଅଧଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଲାଗୁଛି। ଆମ୍ବୁଲାନ୍ସ କିମ୍ବା ଦମକଳ ଭଳି ଜରୁରୀକାଳିନ ଗାଡ଼ି ଗୁଡିକ ସଠିକ ସମୟରେ ଯିବାଆସିବା କରିପାରୁନାହିଁ l ଅନେକ ସମୟରେ ମଧ୍ୟ ଆମ୍ବୁଲାନ୍ସ ଭିଡ଼ ଭିତରେ ଫସି ରହୁଥିବା ଦେଖିବାକୁ ମିଳୁଛି l ରାସ୍ତା କଡ଼ରେ ପାର୍କିଂ କରିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି l ସକାଳୁ ରାସ୍ତା ଉପରେ ବ୍ୟବସାୟୀମାନେ ପନିପରିବା ବେପାର କରିବାରୁ ରାସ୍ତା ଜାମ ରହିଛି l ବଜାରରେ ପାର୍କିଂସ୍ଥଳୀର ବ୍ୟବସ୍ଥା କରିବାକୁ ଦାବି ହେଉଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details