ନୟାଗଡ: ଜିଲ୍ଲା ଦଶପଲ୍ଲା ବ୍ଲକ ଅଧୀନ ଚଢ଼େୟାପଲ୍ଲୀ ଭଳି ଅପହଞ୍ଚ ଇଲାକାରେ ବିଏସଏନଏଲ ନେଟୱାର୍କ ସୁବିଧା ପାଇଁ ଟାୱାର ସେବାର ଶୁଭାରମ୍ଭ ହୋଇଛି l କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏବଂ ଦଶପଲ୍ଲା ବିଧାୟକ ରମେଶ ବେହେରା ଏହାକୁ ଶୁଭାରମ୍ଭ କରିଛନ୍ତି l ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ନେଟୱାର୍କ ସେବା ପାଇପାରୁନଥିଲେ l
ଅପହଞ୍ଚ ଇଲାକାରେ ଟାୱାର ସେବାର ଶୁଭାରମ୍ଭ, ଲୋକଙ୍କ ମନରେ ନାହିଁ ନଥିବା ଖୁସି - 3 ଜି ସୁବିଧା ପାଇବେ ଚଢ଼େୟାପଲ୍ଲୀବାସୀ
ଅପହଞ୍ଚ ଇଲାକାରେ ବିଏସଏନଏଲ ନେଟୱାର୍କ ସୁବିଧା ପାଇଁ ଟାୱାର ସେବାର ଶୁଭାରମ୍ଭ ହୋଇଛି l ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧୀନ ଚଢ଼େୟାପଲ୍ଲୀ ଭଳି ଅପହଞ୍ଚ ଇଲାକାରେ ଏହି ସେବା ପାଇ ଲୋକେ ଖୁବ ଉତ୍ସାହିତ ଅଛନ୍ତି ।
![ଅପହଞ୍ଚ ଇଲାକାରେ ଟାୱାର ସେବାର ଶୁଭାରମ୍ଭ, ଲୋକଙ୍କ ମନରେ ନାହିଁ ନଥିବା ଖୁସି ଅପହଞ୍ଚ ଇଲାକାରେ ଟାୱାର ସେବାର ଶୁଭାରମ୍ଭ, ଲୋକଙ୍କ ମନରେ ନାହିଁ ନଥିବା ଖୁସି](https://etvbharatimages.akamaized.net/etvbharat/prod-images/768-512-10822732-thumbnail-3x2-tower.jpg)
ଅପହଞ୍ଚ ଇଲାକାରେ ଟାୱାର ସେବାର ଶୁଭାରମ୍ଭ, ଲୋକଙ୍କ ମନରେ ନାହିଁ ନଥିବା ଖୁସି
ଅପହଞ୍ଚ ଇଲାକାରେ ଟାୱାର ସେବାର ଶୁଭାରମ୍ଭ, ଲୋକଙ୍କ ମନରେ ନାହିଁ ନଥିବା ଖୁସି
ଏହି ଅସୁବିଧା ଦୂର ପାଇଁ ବିଧାୟକ ରମେଶ ବେହେରା ନିଜ ହାତ ପାଣ୍ଠିରୁ ଟାୱାର ସ୍ଥାପନ କରିଛନ୍ତି l ଏ କ୍ଷେତ୍ରରେ ସେ ପ୍ରଥମ ବୋଲି କୁହାଯାଉଛି l ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପୂରଣ କରିଛନ୍ତି ବିଧାୟକ ରମେଶ ବେହେରା l ପାଖାପାଖି 3 ଟି ପଞ୍ଚାୟତର ଲୋକେ ଏହି ଟାୱାର ମାଧ୍ୟମରେ 3 ଜି ନେଟୱାର୍କର ସୁବିଧା ପାଇ ପାରିବେ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ