ନୟାଗଡ:ଜିଲ୍ଲାର ଖଣ୍ଡପଡ଼ା ସହର ଉପକଣ୍ଠରେ ଥିବା ସୁନାମୁହିଁ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କ ମନ ମୋହୁଛି l ନୂଆ ବର୍ଷ ଠାରୁ ଏଠାରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳୁଛି ।
ମନ ମୋହୁଛି ସୁନାମୁହିଁ ପର୍ଯ୍ୟଟନସ୍ଥଳୀ କୋରୋନା ପଟକଣା ପରେ ବି ବହୁ ସଂଖ୍ଯାରେ ଏହି ପର୍ଯ୍ୟଟନ ସ୍ଥଳିକୁ ବୁଲିବାକୁ ଆସୁଛନ୍ତି । ପର୍ଯ୍ୟଟନ ସ୍ଥଳିର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ ହୋଇଛି । ପ୍ରାକୃତିକ ପରିବେଶ ମଧ୍ୟରେ ସୁନ୍ଦର ସୁନ୍ଦର କାରୁ କାର୍ଯ୍ୟ ମଧ୍ୟ ହୋଇଛି l ଯାହି ପର୍ଯ୍ୟଟକଙ୍କୁ ବାନ୍ଧି ରଖିଛି ।
୨ ବର୍ଷ ତଳେ ଉକ୍ତ ସ୍ଥାନରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଥିଲା l ଲୋକଙ୍କ ପାଇଁ ଏହି ସ୍ଥାନରେ ବହୁତ ସୁବିଧା ରହିଛି । ଫଳରେ ଲୋକେମାନେ ଏହି ସ୍ଥାନକୁ ବୁଲିବାକୁ ଆସିବାକୁ ଆକୃଷ୍ଟ ହେଉଛନ୍ତି । କୁନି ପିଲାମାନେ ଖେଳିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି l ଶାରୀରିକ ବ୍ୟାୟାମ ନିମନ୍ତେ ଅନେକ ଉପକରଣ ସ୍ଥାପନ କରାଯାଇଛି l ଉକ୍ତ ପର୍ଯ୍ୟଟନ କ୍ଷେତ୍ର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ରହିଛି l
ଏହି ପର୍ଯ୍ୟଟନସ୍ଥଳୀର ସୁରକ୍ଷା ଦିଗରେ ବିଭାଗୀୟ କର୍ତୃପକ୍ଷ ଯେତିକି ଧ୍ୟାନ ଦେବା କଥା ସେତିକି ଦେଉ ନାହିନ୍ତି । ଫଳରେ ଅନେକ ସମୟରେ ଏ ନେଇ ଅଭିଯୋଗ ହେଉଥିବା ଦେଖିବାକୁ ମିଳିଛି । ପର୍ଯ୍ୟଟନସ୍ଥଳିର ରକ୍ଷଣାବେକ୍ଷଣ କରାଗଲା ଆଗକୁ ଆହୁରୀ ପର୍ଯ୍ୟଟକଙ୍କ ଭିଡ ଲାଗିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଜିଲ୍ଲା ପ୍ରଶାସନଙ୍କୁ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ