ଓଡିଶା

odisha

ETV Bharat / state

ଲକ୍ଷ୍ମୀପ୍ରସାଦ ସରପଞ୍ଚ ବିରୋଧରେ ଅନାସ୍ଥା ପ୍ରସ୍ତାବ, ଚାଲିଛି ଭୋଟ - Vote on the no confidence motion

ଆଜି ନୟାଗଡର ବହୁଚର୍ଚ୍ଚିତ ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ବିରୋଧରେ ହୋଇଥିବା ଅନାସ୍ଥା ପ୍ରସ୍ଥାବର ଭୋଟ । ଭାଗ୍ୟ ପରୀକ୍ଷା ପରେ ସେ ସରପଞ୍ଚ ରହିବେ ନାଁ ନାହିଁ ତାହା ଆଜି ନିର୍ଣ୍ଣୟ ହେବ । ଅଧିକ ପଢନ୍ତୁ...

laxmiprasad sarpanch soumyaranjan pradhan
ସରପଞ୍ଚ ସୌମ୍ୟଙ୍କ ଭାଗ୍ୟ ନିର୍ଧାରଣ, ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟ

By

Published : Apr 20, 2021, 9:51 AM IST

Updated : Apr 20, 2021, 11:31 AM IST

ନୟାଗଡ଼: ଆଜି ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ବିରୋଧରେ ହୋଇଥିବା ଅନାସ୍ଥା ପ୍ରସ୍ଥାବର ଭୋଟ । ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ଥାବ ଉପରେ ଆଜି ଫଇସଲା ହେବ ।

ସରପଞ୍ଚ ସୌମ୍ୟଙ୍କ ଭାଗ୍ୟ ନିର୍ଧାରଣ, ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟ

ନୟାଗଡ଼ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ଦାବୀ କରି ଲୋକଲୋଚନକୁ ଆସିଥିବା ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ପଦବୀ ଏବେ ଟଳମଳ l ଆଜି ତାଙ୍କ ଭାଗ୍ୟ ପରୀକ୍ଷା ହେବ l ପୂର୍ବରୁ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ହେବ ଭୋଟ l ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତରେ ଆଜି ଏହା ଉପରେ ମତଦାନ ହେବ l ପାଖାପାଖି 13 ଜଣ ୱାର୍ଡ ମେମ୍ବର ମତ ଦାନ କରିବେ l ମନ୍ତ୍ରୀଙ୍କ ବିରୋଧରେ ବିଷୋଦଗାର କରାଇଥିବାରୁ ଆଜି ତାଙ୍କୁ ବହୁମୂଲ୍ୟ ଦେବାକୁ ପଡୁଛି ବୋଲି କୁହାଯାଉଛି l ମତଦାନ କରିବାକୁ ଥିବା ୱାର୍ଡ ସଭ୍ୟ ମାନଙ୍କୁ ଗୃହବନ୍ଦୀ କରି ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସୌମ୍ୟ l

ଲକ୍ଷ୍ମୀପ୍ରସାଦ ସରପଞ୍ଚ ବିରୋଧରେ ଅନାସ୍ଥା ପ୍ରସ୍ତାବ, ଚାଲିଛି ଭୋଟ

ସୂଚନାଥାଉକି ନୟାଗଡ ଯଦୁପୁର ନାବାଳିକ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଘଟଣା ପରେ ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କୁ ସୌମ୍ୟରଞ୍ଜନ ପ୍ରଧାନ ଲୋକଲୋଚନକୁ ଆସିଥିଲେ । ଜଣେ ଶାସକ ଦଳର ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରରୋଚନାର ଏଭଳି କରାଯାଉଥିବା ଚର୍ଚ୍ଚା ହେଉଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Apr 20, 2021, 11:31 AM IST

ABOUT THE AUTHOR

...view details