ଓଡିଶା

odisha

By

Published : Dec 14, 2021, 7:18 AM IST

ETV Bharat / state

ଆଜି ନୟାଗଡବାସୀଙ୍କୁ ମିଳିବ ସ୍ମାର୍ଟ ହେଲଥ କାର୍ଡ

ଆଜି ନୟାଗଡ ଜିଲ୍ଲାକୁ ମିଳିବ BSKY(Biju Swasthya Kalyan Yojana) ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ । ଭିଡିଓ କନଫରେସିଂ ଜରିଆରେ ଆଜି ଜିଲ୍ଲାବାସୀଙ୍କୁ କାର୍ଡବାଣ୍ଟିବେ (Smart Health Card Distribution in Nayagarh)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister NaveenPatnaik) । ଅଧିକ ପଢନ୍ତୁ

ଆଜି ନୟାଗଡବାସୀଙ୍କୁ ମିଳିବ ସ୍ମାର୍ଟ ହେଲଥ କାର୍ଡ
ଆଜି ନୟାଗଡବାସୀଙ୍କୁ ମିଳିବ ସ୍ମାର୍ଟ ହେଲଥ କାର୍ଡ

ନୟାଗଡ:ବଦଳିବ ଜିଲ୍ଲାର ସ୍ବାସ୍ଥ୍ୟସେବାର ଚିତ୍ର । ଆଜି ନୟାଗଡ ଜିଲ୍ଲାକୁ ମିଳିବ BSKY(Biju Swasthya Kalyan Yojana) ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ । ଭିଡିଓ କନଫରେସିଂ ଜରିଆରେ ଆଜି ଜିଲ୍ଲାବାସୀଙ୍କୁ କାର୍ଡବାଣ୍ଟିବେ (Smart Health Card Distribution in Nayagarh)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) । 2ଲକ୍ଷ, 24ହଜାର 368ଟି ପରିବାରର 7 ଲକ୍ଷ 73ହଜାର 183 ହିତାଧିକାରୀ ଏଥିରେ ଉପକୃତ ହେବେ । ଏଥି ସହ 1000 କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ବିଭିନ୍ନ ପ୍ରକଳ୍ପର ଉଦଘାଟନର ମଧ୍ୟ କାର୍ଯ୍ୟକ୍ରମ ରହିଛି l ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ PTS ପଡ଼ିଆଠାରେ ସମସ୍ତ ପ୍ରସ୍ତୁତି କରାଯାଇଛି l ଜିଲ୍ଲାପାଳ ପୋମା ଟୁଡୁ ଓ PD ସୁବାସ ଚନ୍ଦ୍ର ରାୟ ଉପସ୍ଥିତ ରହି ଏହାର ତଦାରଖ କରିଛନ୍ତି l

ଆଜି ନୟାଗଡବାସୀଙ୍କୁ ମିଳିବ ସ୍ମାର୍ଟ ହେଲଥ କାର୍ଡ

ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ଉଦଘାଟନ କରିବେ । ସଭାରେ ଜିଲ୍ଲାପାଳ ପୋମା ଟୁଡୁ , ଉଚ୍ଚ ଶିକ୍ଷାମନ୍ତ୍ରୀ ମନ୍ତ୍ରୀ ଅରୁଣ ସାହୁ ,ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଓ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ରହିବେ । ଉଦଘାଟନର ସିଧା ପ୍ରସାରଣ ଦେଖିବା ପାଇଁ ଜିଲ୍ଲାର ଆଠଟି ବ୍ଲକ ଅଞ୍ଚଳରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି l ବିଧାୟକମାନେ ସେଠାରେ ଉପସ୍ଥିତ ରହି ଏହାର ପରିଚାଳନା କରିବେ l ଏଥିପାଇଁ ପୋଲିସ ପକ୍ଷରୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details