ଓଡିଶା

odisha

ETV Bharat / state

ଟିକେଟ୍‌ ମିଳିଲାନି: ବିଦ୍ରୋହୀ ହେଲେନି ବିଧାୟକ, ପ୍ରାର୍ଥୀଙ୍କ ପ୍ରସ୍ତାବକ ପାଲଟିଲେ - ନବରଙ୍ଗପୁର ରାଜନୀତି

ନୟାଗଡରେ ବଦଳିଛି ସମୀକରଣ । ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରସ୍ତାବକ ପାଲଟିଛନ୍ତି ବର୍ତ୍ତମାନ ବିଧାୟକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

By

Published : Apr 4, 2019, 8:04 PM IST

ନୟାଗଡ: ବର୍ତ୍ତମାନ ରାଜ୍ୟ ପାଣିପାଗରେ ଦଳବଦଳ ରାଜନୀତି ଜୋରସୋରରେ ଚାଲିଛି । ବିଶେଷ କରି ଟିକେଟ୍‌ ମିଳୁନଥିବା ଆଶାୟୀ ପ୍ରାର୍ଥୀ ଇସ୍ତଫା ଦେଇ ଅନ୍ୟ ଦଳରେ ଯୋଗ ଦେଉଛନ୍ତି । ମାତ୍ର ଖଣ୍ଡପଡା ରାଜନୀତିରେ ଦେଖିବାକୁ ମିଳିଛି ଓଲଟା ଦୃଶ୍ୟ । ଏଠାରେ ଟିକେଟ୍‌ ପାଇନଥିବା ପ୍ରାର୍ଥୀ ବିଦ୍ରୋହ ନକରି ବିଧାୟକ ପ୍ରାର୍ଥୀଙ୍କ ପ୍ରସ୍ତାବକ ରହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ଏପରି ମହାମେଣ୍ଟ ଦେଖିବାକୁ ମିଳିଛି ପ୍ରାର୍ଥୀପତ୍ର ଦାଖଲ ସମୟରେ । ଏଠାରେ ବିଜେଡି ପକ୍ଷରୁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଗତ 2014 ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅନୁଭବଙ୍କ ଠାରୁ ଆମ ଓଡିଶା ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ମାତ୍ର ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲେ । କିନ୍ତୁ ଏଥର ସମୀକରଣ ବଦଳିଯାଇଛି । ନିଜ ଦଳ ଛାଡି ସୌମ୍ୟ ବିଜେଡିରେ ମିଶି ରାଜ୍ୟ ସଭା ସାଂସଦ ହୋଇଥିଲେ । ଏବେ ଖଣ୍ଡପଡାରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ।

ତେବେ କିଛିଦିନ ତଳେ ସୌମ୍ୟ ଟିକେଟ ପାଇବା ପରେ ଖଣ୍ଡପଡା ବିଜେଡିରେ କର୍ମୀ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏପରିକି ବିଧାୟକ ଅନୁଭବ କର୍ମୀଙ୍କୁ ଡାକି ସ୍ବାଧୀନ ଭାବେ ଲଢିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଆଜି ପ୍ରାର୍ଥୀପତ୍ର ଦାଖଲବେଳେ ଓଲଟା ଦୃଶ୍ୟ ଦେଖିବାକୁ ମିଳିଥିଲା । ନିଜେ ବିଧାୟକ ଅନୁଭବ, ସୌମ୍ୟଙ୍କ ପ୍ରସ୍ତାବକ ଥିଲେ । ତାଙ୍କ ସହ ଖଣ୍ଡପଡା ଓ ଭାପୁର ଦୁଇ ବ୍ଲକର ଅଧ୍ୟକ୍ଷ ଏବଂ ହଜାର ହଜାର କର୍ମୀ ଉପସ୍ଥିତ ଥିଲେ ।

ଖଣ୍ଡପଡା ରାଜନୀତିରେ ଦୀର୍ଘ ବର୍ଷ ଧରି ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହଙ୍କ ପରିବାର ଏବଂ ବିଧାୟକ ଅନୁଭବଙ୍କ ପରିବାର ଶାସନ କରିଆସୁଥିଲେ । ଏବେ କିନ୍ତୁ ଅଙ୍କ ଓଲଟା ହୋଇଛି । ଏଥର ଖଣ୍ଡପଡାରେ ବିଜେଡି ସହ ବିଜେପିର କଡା ଫାଇଟ୍‌ ହେବ । ଆସନ୍ତା 23 ତାରିଖ ପରେ ଭୋଟର କାହାକୁ ଭୋଟ ଦେଇ ନିର୍ବାଚିତ କରୁଛନ୍ତି, ଦେଖିବାକୁ ବାକି ରହିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details