ନୟାଗଡ: ଭୟାବହ ଅଗ୍ନିକାଣ୍ଡ । ବେସାହାରା ହୋଇଗଲେ ଦୁଇ ପରିବାର । ନୟାଗଡ ଜିଲ୍ଲା ଗଣିଆ ବ୍ଲକରେ ଘଟିଛି ଏହି ଅଭାବନୀୟ ଘଟଣା । ଛାମୁଣ୍ଡିଆ ଗ୍ରାମ ପଞ୍ଚାୟତ ଅଧୀନ ମହନାପଦା ଗ୍ରାମରେ ଅଗ୍ନିକାଣ୍ଡ ଘଟି ବିରଞ୍ଚି ଭୋଇ ଓ ଭରତ ଭୋଇ ନାମକ 2 ଜଣ ବ୍ୟକ୍ତିଙ୍କ ତିନି ବଖରା ଚାଳ ଘର ଭସ୍ମ ହୋଇଯାଇଛି । ତେବେ ଏ ଯାଏଁ ବି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ସୂଚନାଯୋଗ୍ୟ, ଗ୍ରାମର ବିରଞ୍ଚି ନିଜ ଝିଅର ବିବାହ ପାଇଁ ସମସ୍ତ ସାଜସଜ୍ଜା ସହ ନଗଦ 50 ହଜାର ଟଙ୍କା ରଖିଥିଲେ । ଅଗ୍ନିକାଣ୍ଡ ଘଟି ସବୁକିଛି ପାଉଁଶ ହୋଇଯାଇଛି । ସେହିପରି ଭରତଙ୍କ ଘରର ସମସ୍ତ ସାମାଗ୍ରୀ ଏବଂ ନଗଦ 20 ହଜାର ଟଙ୍କା ମଧ୍ୟ ଭସ୍ମ ହୋଇଯାଇଛି । ପୋଡି ଯାଇଥିବା ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ।