ଓଡିଶା

odisha

ETV Bharat / state

ରାସ୍ତା ସାଜିଛି ବାଧକ, ପୁଣି ଖଟିଆରେ ବୁହା ହୋଇ ଗଲେ ଗୁରୁତର ରୋଗୀ - Ambulance

ଏବେବି ସରକାରଙ୍କ ତରଫରୁ ଗାଁକୁ ଯିବାକୁ ଭଲ ରାସ୍ତା ଖଣ୍ଡ ନାହିଁ । ରାସ୍ତା ସମସ୍ୟା ଯୋଗୁଁ ୩ କିମି ଖଟିଆରେ ବୁହା ହୋଇଗଲେ ଗୁରୁତର ରୋଗୀ । ଅଧିକ ପଢନ୍ତୁ...

ରାସ୍ତା ସାଜିଛି ବାଧକ, ପୁଣି ଖଟିଆରେ ବୁହା ହୋଇ ଗଲେ ଗୁରୁତର ରୋଗୀ
ରାସ୍ତା ସାଜିଛି ବାଧକ, ପୁଣି ଖଟିଆରେ ବୁହା ହୋଇ ଗଲେ ଗୁରୁତର ରୋଗୀ

By

Published : Jul 24, 2021, 9:36 PM IST

ନୟାଗଡ:ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ଭଲ ରାସ୍ତା ନଥିବାରୁ ଗାଁରେ ପହଁଞ୍ଚିପାରିଲା ନାହିଁ ଆମ୍ବୁଲାନ୍ସ । ଖଟିଆରେ ବୁହା ହେଲେ ରୋଗୀ । ଗତକାଲି(ଶୁକ୍ରବାର)ର ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଧିନ ଜାକେଡା ଗ୍ରାମପଞ୍ଚାୟତ ବାଡିବାରୀ ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଏହି ଗ୍ରାମର ଶୁକ୍ର ମଳିକଙ୍କ ପୁଅ ବଳରାମ ମଳିକ କୌଣସି କାରଣରୁ ଛାତ ଉପରକୁ ଯାଇଥିଲା। ସେଠାରେ ତାଙ୍କ ମୁଣ୍ତ ଘୂରାଇ ନେବାରୁ ଛାତରୁ ତଳକୁ ଖସି ପଡିଥିଲେ । ଫଳରେ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା ।

ରାସ୍ତା ସାଜିଛି ବାଧକ, ପୁଣି ଖଟିଆରେ ବୁହା ହୋଇ ଗଲେ ଗୁରୁତର ରୋଗୀ

ପରେ ଗ୍ରାମର କିଛି ଶିକ୍ଷିତ ଯୁବକ ତ୍ରିନାଥ ମଳିକ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ରାସ୍ତା ଭଲ ନଥିବାରୁ ଆମ୍ବୁଲାନ୍ସ ଯାଇପାରିବ ନାହିଁ ବୋଲି କର୍ମଚାରୀମାନେ କହିଥିଲେ । ଏହା ଶୁଣିବା ପରେ କାଳ ବିଳମ୍ବ ନକରି ଗ୍ରାମବାସୀଙ୍କ ସହଯାେଗରେ ଏକ ଖଟିଆ ଯୋଗେ ବଳରାମଙ୍କୁ ଗାଁ ନିକଟସ୍ଥ ଶିମିଳିସାହି ପର୍ଯ୍ୟନ୍ତ ଆଣିବା ପରେ ସେଠାରୁ ଅଟୋ ଭଡାକରି ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ସେଠାରେ ବଳରାମଙ୍କର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ନ ହେବାରୁ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି। ତେବେ ସେଠାରେ ଆମ୍ବୁଲାନ୍ସ ନଥିବା ଯୋଗୁଁ ଗଣିଆରୁ ଆମ୍ବୁଲାନ୍ସ ଆସି ନୟାଗଡ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ବଳରାମଙ୍କର ଚିକିତ୍ସି ଜାରି ରହିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details