ଓଡିଶା

odisha

ETV Bharat / state

ଚନ୍ଦନଯାତ୍ରା ପାଳନ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ, ଦାବି ଜଣାଇଲା ଜଗନ୍ନାଥ ସେନା

ରଣପୁର ସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ବିଧି ପୁଷ୍କରିଣୀରେ ପାଳନ ନେଇ ଦାବି । ରଣପୁର ତହସିଲଦାରଙ୍କୁ ପ୍ରଦାନ କଲା ଜଗନ୍ନାଥ ସେନା । ଅଧିକ ପଢନ୍ତୁ...

ଚନ୍ଦନଯାତ୍ରା ପାଳନ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ, ଦାବୀ ଜଣାଇଲା ଜଗନ୍ନାଥ ସେନା
ଚନ୍ଦନଯାତ୍ରା ପାଳନ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ, ଦାବୀ ଜଣାଇଲା ଜଗନ୍ନାଥ ସେନା

By

Published : May 14, 2021, 10:53 PM IST

ନୟାଗଡ଼:ସରକାରଙ୍କ କୋଭିଡ଼ କଟକଣା ମଧ୍ୟରେ ହେବ ଚନ୍ଦନ ଯାତ୍ରା । ନୟାଗଡ଼ ଜିଲ୍ଲା ରଣପୁର ସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରାକୁ ମନ୍ଦିର ଭିତରେ କରିବାକୁ ପ୍ରଶାସନ ଅନୁମତି ଦେଇଥିଲା l ମାତ୍ର ଏହାକୁ ସମସ୍ତେ ବିରୋଧ କରିଛନ୍ତି l ପୁରୀରେ ଯେଉଁ ଭଳି କୋଭିଡ଼ ଗାଇଡ଼ଲାଇନ ପାଳନ କରି ଚନ୍ଦନଯାତ୍ରା ଅନୁଷ୍ଠିତ ହେଉଛି ଠିକ୍ ସେହିଭଳି ଢଙ୍ଗରେ ପାଳନ କରିବାକୁ ରଣପୁରରେ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଥିଲେ ଲୋକେ ।

ଚନ୍ଦନଯାତ୍ରା ପାଳନ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ, ଦାବୀ ଜଣାଇଲା ଜଗନ୍ନାଥ ସେନା

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରାକୁ କୋଭିଡ଼ କଟକଣା ମଧ୍ୟରେ ବିଧି ପୁଷ୍କରିଣୀରେ କରିବାକୁ ଜଗନ୍ନାଥ ସେନା ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ରଣପୁର ତହସିଲଦାରଙ୍କୁ ପ୍ରଦାନ କରିଥିଲେ । ଏହା ପରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଅନୁମତି ଦେବା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି l

ଚନ୍ଦନଯାତ୍ରା ପାଳନ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ, ଦାବୀ ଜଣାଇଲା ଜଗନ୍ନାଥ ସେନା

ଚନ୍ଦନଯାତ୍ରାକୁ ବଧି ପୁଷ୍କରିଣୀ ଅର୍ଥାତ ବାହାରେ କରିବାକୁ ସମସ୍ତେ ଦାବୀ କରିଛନ୍ତି l ପୁରୀ ଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ସହ ରଣପୁର ଜଗନ୍ନାଥ ମନ୍ଦିରର ସାମଞ୍ଜସ୍ୟ ରହିଥାଏ l

ଚନ୍ଦନଯାତ୍ରା ପାଳନ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ, ଦାବୀ ଜଣାଇଲା ଜଗନ୍ନାଥ ସେନା

ପୁରୀରେ ଯେଉଁ ସବୁ କାର୍ଯ୍ୟ ହୋଇଥାଏ ରଣପୁରରେ ମଧ୍ୟ ସେହି ସବୁ କାର୍ଯ୍ୟ ହୋଇଥାଏ l ପୁରୀ ଜଗନ୍ନାଥଙ୍କ ଷୋହଳ କଳା ମଧ୍ୟରୁ ରଣପୁର ଜଗନ୍ନାଥଙ୍କ ଠାରେ ଗୋଟିଏ କଳା ରହିଛି l ଦ୍ୱିତୀୟ ଶ୍ରୀକ୍ଷେତ୍ର ଉପରେ ଲୋକଙ୍କ ଆସ୍ଥା ଥିବାରୁ ଚନ୍ଦନଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବାକୁ ଦାବି ହୋଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details