ନୟାଗଡ:କୋରୋନା କଟକଣା ପାଇଁ ଦୀର୍ଘ 10ମାସ ହେବ ବନ୍ଦ ଥିଲା ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ । ଆଜିଠୁ ପୁରୀରେ ସାଧାରଣଙ୍କ ପାଇଁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅନୁମତି ଥିବା ବେଳେ ନୟାଗଡ ଜିଲ୍ଲାର ରଣପୁର ଜଗନ୍ନାଥ ମନ୍ଦିର ଖୋଲିଛି ।
ଦୀର୍ଘ 10ମାସ ପରେ ଆଜି ଖୋଲିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ଼ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିର l ପୁରୀ ଜଗନ୍ନାଥଙ୍କ 16 କଳାରୁ ରଣପୁର ଜଗନ୍ନାଥଙ୍କ ପାଖେ ଗୋଟିଏ କଳା ରହିଛି l ତେଣୁ ପୁରୀ ନ ଯାଇ ପାରିଲେ ରଣପୁର ଜଗନ୍ନାଥ ମନ୍ଦିର ଦର୍ଶନ କଲେ ଅପାର କରୁଣା ଲାଭ ହୋଇଥାଏ ବୋଲି କୁହାଯାଏ l