ଓଡିଶା

odisha

ETV Bharat / state

ଚାଲିଛି ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା, ୧୯ ତାରିିଖରେ ରାବଣ ବଧ - ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା ଖବର

ଧୁମଧାମରେ ଚାଲିଛି ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା । ରାମ ନବମୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୦ଦିନ ଧରି ଚାଲିବ । ଏଥିସହ ବିଭିନ୍ନ କଳାକାରଙ୍କ ପ୍ରଦର୍ଶନୀରେ ମୁକ୍ତାକାଶ ମଞ୍ଚ ଉଠୁଛି ପଡୁଛି । ଅଧିକ ପଢନ୍ତୁ

ଚାଲିଛି ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା, ୧୯ ତାରିିଖରେ ରାବଣ ବଦ୍ଧ
ଚାଲିଛି ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା, ୧୯ ତାରିିଖରେ ରାବଣ ବଦ୍ଧ

By

Published : Apr 12, 2022, 6:35 PM IST

ନୟାଗଡ଼: ଧୁମଧାମରେ ଚାଲିଛି ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା । ରାମ ନବମୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୦ଦିନ ଧରି ଚାଲିବ । ଏଥିସହ ବିଭିନ୍ନ କଳାକାରଙ୍କ ପ୍ରଦର୍ଶନୀରେ ମୁକ୍ତାକାଶ ମଞ୍ଚ ଉଠୁଛି ପଡୁଛି । ଏହା ସହିତ ଏହାକୁ ଦେଖିବାକୁ ପ୍ରବଳ ଜନସମାଗମ ହେଉଥିବାବେଳେ ପ୍ରତ୍ୟେକ ଦିନ ରାମାୟଣର କିଛି ଅଂଶ ପରିବେଷଣ କରାଯାଉଛି ।

ଚାଲିଛି ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା, ୧୯ ତାରିିଖରେ ରାବଣ ବଦ୍ଧ
ତେବେ ୧୮୦୨ ମସିହାରୁ ଚାଲି ଆସୁଥିବା ଏହି ମୁକ୍ତ ଆକାଶ ଐତିହାସିକ ଲଙ୍କାପୋଡି ଯାତ୍ରା ଚଳିତ ବର୍ଷ ପ୍ରଥା ଅନୁଯାୟୀ ରାମ ନବମୀ ଠାରୁ ଆରମ୍ଭ ହୋଇଛି । ଏହି ଐତିହାସିକ ଯାତ୍ରାର ପ୍ରତେକ ସନ୍ଧ୍ୟାରେ ରାମଲୀଳାର ବିଭିନ୍ନ ବିଷୟ ବସ୍ତୁ ଉପରେ ପରିବେଷ୍ଟିତ ହେଉଛି । ଏଣେ ଯାତ୍ରାର ମୁଖ୍ୟ ଆକର୍ଶଣ ରାବଣ ବଧ ବା ଲଙ୍କାପୋଡି ଯାତ୍ରା ୧୯ ତାରିିଖରେ କରାଯିବାକୁ ସ୍ଥିର କରିଛି କମିଟି ।

ଅନ୍ୟପଟେ ୩୫ଫୁଟ ଉଚ୍ଚ ବିଶିଷ୍ଟ କାଠ ନିର୍ମିତ ରାବଣ ମୁର୍ତ୍ତି ଏବଂ ୧୫ଫୁଟ ଉଚ୍ଚର ଘୁର୍ଣ୍ଣୟ ପୁଷ୍ପକ ବିମାନ ଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟିଥାଏ । ଯାତ୍ରାରେ ଅନ୍ୟ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରିଛି ପ୍ରଶାସନ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details