ଓଡିଶା

odisha

ETV Bharat / state

ଚିନିକଳ ସ୍ଥିତି ଅନୁଧ୍ୟାନ କଲା ଜିଲ୍ଲା କଂଗ୍ରେସ, 100 କୋଟିର ଚୋରି ଅଭିଯୋଗ - district congress investigated the sugar mill

ନୟାଗଡ ଚିନିକଳର ବାସ୍ତବ ସ୍ଥିତି ଅନୁଧ୍ୟାନ କଲା ଜିଲ୍ଲା କଂଗ୍ରେସ ଟିମ l ଏହି ପରିପ୍ରେକ୍ଷୀରେ ଚିନିକଳରୁ ପ୍ରାୟ 100 କୋଟି ଟଙ୍କାର ସମ୍ପତ୍ତି ଚୋରି ଅଭିଯୋଗ ଆଣିଛି କଂଗ୍ରେସ l ଅଧିକ ପଢନ୍ତୁ...

ଚିନିକଳ ସ୍ଥିତି ଅନୁଧ୍ୟାନ କଲା ଜିଲ୍ଲା କଂଗ୍ରେସ, 100 କୋଟିର ଚୋରୀ ଅଭିଯୋଗ
ଚିନିକଳ ସ୍ଥିତି ଅନୁଧ୍ୟାନ କଲା ଜିଲ୍ଲା କଂଗ୍ରେସ, 100 କୋଟିର ଚୋରୀ ଅଭିଯୋଗ

By

Published : Jan 14, 2021, 7:01 PM IST

Updated : Jan 14, 2021, 7:31 PM IST

ନୟାଗଡ଼: ନୟାଗଡ ଚିନିକଳର ବାସ୍ତବ ସ୍ଥିତି ଅନୁଧ୍ୟାନ କଲା ଜିଲ୍ଲା କଂଗ୍ରେସ ଟିମ l ପ୍ରଶାସନ ପକ୍ଷରୁ ବର୍ଷେ ପୂର୍ବରୁ ଆକଳନ ହୋଇଥିବା ସରକାରୀ ସମ୍ପତ୍ତି ଚୋରି ଅଭିଯୋଗ କରିଛି କଂଗ୍ରେସ l ମାନ୍ୟବର ହାଇକୋର୍ଟ ନୟାଗଡ ଜିଲ୍ଲାପାଳଙ୍କୁ ଏହି ଚିନିକଳ ସୁରକ୍ଷା ଦାୟିତ୍ୱ ପାଇଁ ନିର୍ଦ୍ଦେଶ ଦେଇଥିଲେ l

ଚିନିକଳ ସ୍ଥିତି ଅନୁଧ୍ୟାନ କଲା ଜିଲ୍ଲା କଂଗ୍ରେସ, 100 କୋଟିର ଚୋରି ଅଭିଯୋଗ

ଏଥିରୁ ପ୍ରାୟ 100 କୋଟି ଟଙ୍କାର ଯନ୍ତ୍ରାଂଶ ଚୋରୀ ହୋଇଥିବା ଅଭିଯୋଗ କରିବା ସହ ଚିନି କଳ ସୁରକ୍ଷାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଂଜିତ ଦାଶ l ମନ୍ତ୍ରୀ ଅରୁଣ ସାହୁ ନିର୍ବାଚନରେ ଜିତିଲେ 7 ଦିନ ଭିତରେ ଚିନିକଳ ଚାଲୁ କରିବେ ବୋଲି କହିଥିଲେ । ମାତ୍ର 2 ବର୍ଷ ପୂରିବାକୁ ଆଉ କିଛି ଦିନ ଅଛି l ନୟାଗଡ଼ରେ ହେଉଥିବା ପାର୍କକୁ 7 ଦିନରେ ଥରେ ଦେଖିବାକୁ ସମୟ ହେଉଛି l ହେଲେ ଚିନିକଳ ସୁରକ୍ଷା ପାଇଁ ପୋଲିସ, ଜିଲ୍ଲାପାଳ ଆଦିଙ୍କୁ ନିର୍ଦ୍ଦେଶ ଦେଉନଥିବା ଜିଲ୍ଲା କଂଗ୍ରେସ ସଭାପତି ରଂଜିତ ଦାଶ ଅଭିଯୋଗ କରିଛନ୍ତି l

କଂଗ୍ରେସର ଏହି ପ୍ରତିନିଧି ଦଳରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶଙ୍କ ସମେତ ବରିଷ୍ଠ ନେତା ହୁସେନ ଖାଁ, କାମଳ ଚରଣ ସାହୁ, ଫକୀର ମଲ୍ଲ, ରାହୁଳ କୁଣ୍ଡ, କୈଳାସ ସାହୁ, ନବକିଶୋର ପରିଡା, ଭଗବାନ ମଲ୍ଲିକ, ଲଷ୍ମଣ ଜେନା, ପ୍ରମୋଦ ପଟ୍ଟସାଣି ଏବଂ ଯୁବକଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର ପ୍ରମୁଖ ସାମିଲ ହୋଇ ଚିନିକଳର ସ୍ଥିତି ପରଖି ଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jan 14, 2021, 7:31 PM IST

ABOUT THE AUTHOR

...view details