ନୟାଗଡ/ପୁରୀ: ଓଡିଶାକୁ କେରୋନା ଟୀକା ଆସିବା ପରେ ବିଭିନ୍ନ ଜିଲ୍ଲାରୁ ଏହାର ସ୍ତାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ବରରେ କୋରୋନା ଟୀକା ପହଞ୍ଚିଲା ପରେ ନୟାଗଡରେ କୋରୋନା ଟୀକା ପହଞ୍ଚିଛି ।
କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଟୀକାକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ଟୀକା ସଂରକ୍ଷଣ କେନ୍ଦ୍ରରେ ରଖାଯାଇଛି l ପ୍ରଥମ ପ୍ରର୍ଯ୍ୟୟ କ୍ରମେ 5 ହଜାର 2 ଶହ 6 ଟୀକା ଆବଶ୍ୟକ ରହିଥିବା ବେଳେ, 4 ହଜାର ଟୀକା ମିଳିଛି । ଆସନ୍ତା 16 ତାରିଖ ଦିନ ଏହି ଟୀକାକୁ ବଣ୍ଟନ କରାଯିବ l ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର 4 ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ସେଣ୍ଟର ଚିହ୍ନଟ କରାଯାଇଛି l ପ୍ରଥମେ ଏହି ଟୀକାକୁ ଜିଲ୍ଲାର ସ୍ଵାସ୍ଥ୍ୟକର୍ମୀ କୋରୋନା ଯୋଦ୍ଧାମାନଙ୍କୁ ବଣ୍ଟନ କରାଯିବ l ନୟାଗଡ଼ରେ ଟୀକା ପହଞ୍ଚିବା ପରେ ଟୀକା ସଂରକ୍ଷଣ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଜିଲ୍ଲାପାଳ l