ଓଡିଶା

odisha

ETV Bharat / state

4ଦଫା ଦାବିରେ କଂଗ୍ରେସର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଜିଲ୍ଲାରେ କୋଭିଡ ମୃତ୍ୟୁ ଠାରୁ ଆରମ୍ଭ କରି କୋଭିଡ ପରିଚାଳନାରେ ସରକାରୀ ତଥ୍ୟ ଅନୁଯାୟୀ କୌଣସି ତାଳମେଳ ରହୁ ନଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ...

By

Published : Jun 23, 2021, 7:35 PM IST

4ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
4ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ନୟାଗଡ଼: କୋଭିଡ ମୃତ୍ୟୁ ତଥ୍ୟ ବିବାଦକୁ ନେଇ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲା ଜିଲ୍ଲା କଂଗ୍ରେସ । ନୟାଗଡ ଜିଲ୍ଲାରେ କୋଭିଡ ମୃତ୍ୟୁ ତଥ୍ୟରେ ରାଜ୍ୟ ପୋର୍ଟାଲ ସହ ତାଳମେଳ ରହୁ ନଥିବା ଯୋଗୁଁ ଏକ ସ୍ୱତନ୍ତ୍ର ଅଡିଟ ଟିମ ଗଠନ କରାଯାଇ ପ୍ରକୃତରେ କୋଭିତ ମୃତ୍ୟୁର ସଠିକ ପରିସଂଖ୍ୟାନ କରାଯିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଏବଂ ଟୁଇଟ୍ କରି ଦାବି ଜଣାଇଛନ୍ତି l

4ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଚାରିଦଫା ଦାବିରେ କୋଭିଡ ମୃତକଙ୍କ ସମ୍ପର୍କରେ ଜିଲ୍ଲା ଏବଂ ରାଜ୍ୟ ତଥ୍ୟରେ ତାଳମେଳ ରହୁ ନଥିବାରୁ ଏଥିପାଇଁ ନୟାଗଡ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ଅଡି ବସିଥିଲେ ।

ସେପଟେ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଅଡିଟ ଟିମ ଗଠନ, କୋଭିଡ ପଜିଟିଭ ଥିବା ପ୍ରତ୍ୟେକ ମୃତକଙ୍କୁ କୋଭିଡ ମୃତ୍ୟୁ ଘୋଷଣା ଏବଂ ଜିଲ୍ଲାପାଳ ତାଙ୍କ ଆବାସିକ କାର୍ଯ୍ୟାଳୟ ଛାଡ଼ି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଜାତୀୟ ବିପତ୍ତି ବେଳେ ଜନସାଧାରଣଙ୍କ ଦୁଃଖ ଶୁଣିବା ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ଜିଲ୍ଲା କଂଗ୍ରେସ ।


ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details