ନୟାଗଡ଼: ନିଖୋଜର 5 ଦିନ ପରେ ମିଳିଲା ନିଖୋଜ ନାବାଳିକାର ମୃତଦେହ । ନୟାଗଡ଼ ଵାଣିଗୋଚ୍ଛା ଥାନା ଧୁନ୍ଦୁଗାଡ଼ିଆ ଗ୍ରାମର 6 ବର୍ଷର ନାବାଳିକା ଗତ 5ଦିନ ତଳେ ଗାଁ ଦlଣ୍ଡରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିବା ବେଳେ ଆଜି ଗାଁ ପାଖ ଏକ ପରିତ୍ୟକ୍ତ ସ୍ଥାନରୁ ତାର ମୃତଦେହ ଉଦ୍ଧାର ହୋଇଛି ।
ଉଦ୍ଧାର ହେଲା ନିଖୋଜ ନାବାଳିକାର ମୃତଦେହ, ଜଣେ ଗିରଫ - nayagargh police
ନିଖୋଜର 5 ଦିନ ପରେ ମିଳିଲା ନିଖୋଜ ନାବାଳିକାର ମୃତଦେହ । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...
ଉଦ୍ଧାର ହେଲା ନିଖୋଜ ନାବାଲିକାର ମୃତଦେହ
ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆଙ୍କ ନେତୃତ୍ବରେ ଏକ ଟିମ ଆଜି ସର୍ଚ୍ଚ ଅପରେସନ ଚଳାଇଥିବାବେଳେ ନାବାଳିକାର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ମିଳିଛି l ଅନ୍ୟପକ୍ଷେ, ଏହି ଘଟଣାରେ ସେହି ଗାଁର ଜଣେ ଯୁବକକୁ ଅଟକ ରଖାଯାଇ ପଚରା ଉଚରା କରୁଛି ପୋଲିସ । ଉକ୍ତ ଯୁବକ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ନୟାଗଡ଼ ଏସପି ସୂଚନା ଦେଇଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ