ଓଡିଶା

odisha

By

Published : Oct 6, 2021, 2:30 PM IST

ETV Bharat / state

ଭାପୁର ବ୍ଲକ ଅଧକ୍ଷା ଉପନିର୍ବାଚନକୁ ନେଇ ଦୂର ହେଉନି ଦ୍ଵନ୍ଦ

ଭାପୁର ବ୍ଲକରେ ବ୍ଲକ ଅଧକ୍ଷା ପଦ ହେବାକୁ ଥିବା ଉପନିର୍ବାଚନ ବାତିଲ ଘୋଷଣା ହୋଇଛି l ଯାହାକୁ ନେଇ ଚର୍ଚ୍ଚା ଧମିବାର ନାଁ ନେଉନି l ନୟାଗଡ଼ ଜିଲ୍ଲାପାଳ ଗଣତନ୍ତ୍ରକୁ ହତ୍ୟା କରିଥିବା ପ୍ରେସବାର୍ତ୍ତା ଯୋଗେ ଅଭିଯୋଗ କରିଛି ନୟାଗଡ଼ କଂଗ୍ରେସ l ଅଧିକ ପଢନ୍ତୁ...

ଭାପୁର ବ୍ଲକ ଅଧକ୍ଷା ଉପନିର୍ବାଚନକୁ ନେଇ ଦୂର ହେଉନି ଦ୍ଵନ୍ଦ
ଭାପୁର ବ୍ଲକ ଅଧକ୍ଷା ଉପନିର୍ବାଚନକୁ ନେଇ ଦୂର ହେଉନି ଦ୍ଵନ୍ଦ

ନୟାଗଡ଼: ଭାପୁର ବ୍ଲକରେ ବ୍ଲକ ଅଧକ୍ଷା ପଦ ପାଇଁ ହେବାକୁ ଥିବା ଉପନିର୍ବାଚନ ବାତିଲ ଘୋଷଣା ହୋଇଛି l ଯାହାକୁ ନେଇ ଚର୍ଚ୍ଚା ଧମିବାର ନାଁ ନେଉନି l ନୟାଗଡ଼ ଜିଲ୍ଲାପାଳ ଗଣତନ୍ତ୍ରକୁ ହତ୍ୟା କରିଥିବା ପ୍ରେସ ବାର୍ତ୍ତା ଯୋଗେ ଅଭିଯୋଗ କରିଛି ନୟାଗଡ଼ କଂଗ୍ରେସ l ଜିଲ୍ଲାପାଳ, ନିର୍ବାଚନ କମିଶନଙ୍କ ନିର୍ଦେଶକୁ ଅବମାନନା କରିଥିବା ତଥା ଗଣତନ୍ତ୍ରକୁ ହତ୍ୟା କରିଥିବା ନୟାଗଡ଼ କଂଗ୍ରେସ ଅଭିଯୋଗ କରିଛି l ଏପଟେ ପୁଣି କେବେ ଉପନିର୍ବାଚନ ହେବ ତାକୁ ନେଇ ସମସ୍ତଙ୍କ ଅପେକ୍ଷା l ଆଉ କିଛି ମାସ ପରେ ପଞ୍ଚାୟତ ନିର୍ବାଚନ ଥିବାରୁ ଘଡ଼ିକେ ଘୋଡ଼ା ଛୁଟିଲା ପରି ଭାପୁର ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ସେପରି ଘଟୁଛି l

ଭାପୁର ବ୍ଲକ ଅଧକ୍ଷା ଉପନିର୍ବାଚନକୁ ନେଇ ଦୂର ହେଉନି ଦ୍ଵନ୍ଦ

ସୂଚନା ଯୋଗ୍ୟ ଯେ, ଅଧକ୍ଷା ପଦବୀ ପାଇଁ ସଂରକ୍ଷିତ ଥିବା ଆସନରେ ପୂର୍ବତନ ବ୍ଲକ ଅଧକ୍ଷା ଶାନ୍ତିଲତା ବେହେରା ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଶାନ୍ତିଲତାଙ୍କ 7 ଜଣ ସମର୍ଥକ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ଉପସ୍ଥିତ ଥିଲେ । ମାତ୍ର ବିଜେଡି ନେତା ଗୟାଧରଙ୍କ ସମର୍ଥକ କୁହାଯାଉଥିବା 14 ଜଣ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଅନୁପସ୍ଥିତ କାରଣରୁ ନିର୍ବାଚନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହଠାତ ବାତିଲ ଘୋଷଣା କରାଯାଇଛି । ଶାନ୍ତିଲତାଙ୍କ ନାମରେ ଜାଲ ଦସ୍ତଗତ କରି ବିଜେଡି ନେତା ଗୟାଧର 80 କୋଟି ଟଙ୍କା ହଡଫ କରିଥିବା ନେଇ ଶାନ୍ତିଲତା ଅଭିଯୋଗ କରିବା ପରେ ଅନାସ୍ଥା ଭୋଟରେ ଶାନ୍ତିଲତାଙ୍କୁ ପଦଚ୍ୟୁତ କରାଯାଇଥିଲା ।

ତେବେ, ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ପୁଣି ଉପନିର୍ବାଚନ ହେବା ନେଇ ବିଜ୍ଞପ୍ତି ଆସିବା ପରେ ଆଜି 144ଧାରା ଲାଗୁ କରାଯାଇଛି l ମାତ୍ର ଗୟାଧରଙ୍କ ସମର୍ଥିତ କୁହାଯାଉଥିବା 14ଜଣ ନିର୍ବାଚିତ ସମିତିସଭ୍ୟ ଅନୁପସ୍ଥିତ ରହିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ଅଧକ୍ଷା ଉପନିର୍ବାଚନକୁ ବାତିଲ ଘୋଷଣା କରାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details