ଓଡିଶା

odisha

ETV Bharat / state

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା କଟକଣାକୁ ନେଇ ତେଜିଲା ଅସନ୍ତୋଷ - କୋଭିଡ କଟକଣା

ବାହାରେ ଚନ୍ଦନ ଯାତ୍ରା ପାଳନ ବନ୍ଦ ହେବା ନେଇ ଭକ୍ତ ମାନଙ୍କ ଭିତରେ କ୍ଷୋଭ ପ୍ରକାଶ ପାଇଛି । ଏନେଇ ଆଗାମୀ ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା ସମୟରେ ପ୍ରଶାସନର ତତ୍ପରତାକୁ ନେଇ ଆଶା ରଖିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ...

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା କଟକଣାକୁ ନେଇ ତେଜିଲା ଅସନ୍ତୋଷ
ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା କଟକଣାକୁ ନେଇ ତେଜିଲା ଅସନ୍ତୋଷ

By

Published : May 22, 2021, 5:24 PM IST

ନୟାଗଡ଼:ଭାଙ୍ଗିଲା ଶହଶହ ବର୍ଷର ପରମ୍ପରା । ନୟାଗଡ଼ ଜିଲ୍ଲାର ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ଜଗନ୍ନାଥ ମନ୍ଦିରରେ ଚଳିତ ବର୍ଷ ଚନ୍ଦନ ଯାତ୍ରାକୁ ପ୍ରଶାସନିକ କଟକଣା ଲାଗିବା ପରେ ଭକ୍ତ ମାନଙ୍କ ଭିତରେ କ୍ଷୋଭ ପ୍ରକାଶ ପାଇଛି । ତେବେ ଏନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ତଥା ସଂସ୍କୃତି ପ୍ରେମୀ । ତେବେ କୋଭିଡ କଟକଣା ଯୋଗୁଁ ଶହ ଶହ ବର୍ଷର ଏହି ପରମ୍ପରା ବନ୍ଦ ହୋଇଥିବା ବେଳେ ଚଳିତ ବର୍ଷ ବାହାରେ ଯାତ୍ରା ନ ହୋଇ ଚନ୍ଦନ ଯାତ୍ରା ମନ୍ଦିର ପରିସରରେ ସୀମିତ ରହିଛି ।

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା କଟକଣାକୁ ନେଇ ତେଜିଲା ଅସନ୍ତୋଷ

ଯାହାକୁ ନେଇ ଗଭୀର ଅସନ୍ତୋଷ ଦେଖା ଦେଇଛି । ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ରଣପୁର ତହସିଲଦାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ଆଲୋଚନା ପର୍ଯ୍ୟାଲୋଚନା କରା ନ ଯାଇ ତରବରିଆ ଭାବେ ଏହି ପ୍ରାଚୀନ ପରମ୍ପରାକୁ ଭାଙ୍ଗିଛି ପ୍ରଶାସନ । ଆଉ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସ୍ଥାନୀୟ ଜଗନ୍ନାଥ ପ୍ରେମୀ ।

ତେବେ ଏନେଇ ଆଗାମୀ ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା ସମୟରେ ପ୍ରଶାସନର ତତ୍ପରତାକୁ ନେଇ ଆଶା ରଖିଛନ୍ତି ସ୍ଥାନୀୟବାସୀ l ଜଗନ୍ନାଥଙ୍କ ପରେ ରଣପୁର ଜଗନ୍ନାଥଙ୍କ ଗୁରୁତ୍ୱ ଥିବାରୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି l



ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details