ଓଡିଶା

odisha

ETV Bharat / state

ସ୍ଵାତୀ ନିଖୋଜ ଘଟଣା: ଫେରିବାଲାକୁ ନେଇ ବଢୁଛି ସନ୍ଦେହ - suspected peddler

ସ୍ବାତୀ ନିଖୋଜ ଘଟଣାରେ ଫେରିବାଲାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

Swati missing case: doubts grow about suspected peddler
ସ୍ଵାତି ନିଖୋଜ ଘଟଣା: ଫେରିଵାଲାକୁ ନେଇ ବଢୁଛି ସନ୍ଦେହ

By

Published : Dec 15, 2020, 12:18 PM IST

ନୟାଗଡ଼: ସ୍ବାତୀ ନିଖୋଜ ଘଟଣା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପୋଖରୀରୁ ତଦନ୍ତ ଆରମ୍ଭ କରିଥିବା ପୋଲିସ ଏବେ ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଫେରିବାଲାକୁ ନେଇ ତଦନ୍ତ କରୁଥିବା ସୂଚନା ମିଳିଛି ।

ସ୍ଵାତି ନିଖୋଜ ଘଟଣା: ଫେରିଵାଲାକୁ ନେଇ ବଢୁଛି ସନ୍ଦେହ

5 ଦିନ ଧରି ନିଖୋଜ ଥିବା 3 ବର୍ଷର ଶିଶୁକନ୍ୟା ସ୍ବାତିର ପତ୍ତା ମିଳୁନାହିଁ । ସ୍କୁବା ଡାଇଭର ଯୋଗେ ଗାଁ ପୋଖରୀରୁ ଓଡ୍ରାଫ ଟିମ ତଦନ୍ତ କରିଥିଲେ ମଧ୍ୟ କୌଣସି ସୁରାଗ ମିଳିନାହିଁ । ପରିବାର ଲୋକଙ୍କ ଅଭିଯୋଗ ମୁତାବକ ରଣପୁର ଥାନା ରାଜସୁନାଖଳା ଏବଂ ନୟାଗଡ଼ ସଦରଥାନା ଅଧୀନ ସିନ୍ଦୁରିଆ ଗ୍ରାମକୁ ଯାଇ ଫେରିବାଲାକୁ ଖୋଜିଥିଲା, ହେଲେ ସେଠାରେ ରହୁଥିବା ଫେରିବାଲା ସ୍ବାତୀ ଗ୍ରାମକୁ ଆସିଥିବା ଫେରିବାଲା ନୁହେଁ ବୋଲି ଜଣାପଡିଛି ।

ସ୍ବାତୀ ଗ୍ରାମକୁ ଆସିଥିବା ଫେରିବାଲାକୁ ଖୋଜିବା ପାଇଁ ପୋଲିସ 2 ଜଣିଆ ସ୍ବତନ୍ତ୍ର ଟିମ ଗଠନ କରିଛି । ପରୀ ଘଟଣା ପରେ ରାଜନୈତିକ ଚାପ ଯୋଗୁଁ ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି । ସୂଚନା ଥାଉ କି ନୟାଗଡ଼ ଜିଲ୍ଲା ରଣପୁର ଥାନା ବଧିପାଟଣା ଗ୍ରାମରେ ଶୁକ୍ରବାର ଦିନ ଅପରାହ୍ନ ସମୟରେ ସଂଜୟ କୁମାର ସାହୁଙ୍କ 3 ବର୍ଷ ଝିଅ ସ୍ଵାତୀ ସାହୁ ନିଖୋଜ ହୋଇଯାଇଛି l ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details