ଓଡିଶା

odisha

ETV Bharat / state

ଚିନିକଳ ବନ୍ଦ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶହଶହ ଚାଷୀ - collector

ନୟାଗଡ଼ ଜିଲ୍ଲାର ଏକମାତ୍ର ଚିନିକଳ ଦୀର୍ଘ 5 ବର୍ଷ ଧରି ବନ୍ଦ ପଡିରହିଛି । ଯାହାକୁ ନେଇ ବୁଧବାର ଶହଶହ ଚାଷୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିଛନ୍ତି ।

ଫଟୋ ସୌଜନ୍ୟ:ପ୍ରତିନିଧି, ନୟାଗଡ

By

Published : Jul 17, 2019, 1:36 PM IST

ନୟାଗଡ: ନୟାଗଡ଼ର ଏକମାତ୍ର ଚିନିକଳକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି । ବହୁ ବର୍ଷ ଧରି ଚିନି କଳ ବନ୍ଦ ଥିବାବେଳେ ପୁଣି ଚିନିକଳ ଖୋଲା ଯିବା ନେଇ ପ୍ରତିଶୃତି ଦେଇଥିଲେ ସରକାର । ମାତ୍ର ଏହି ପ୍ରତିଶୃତି କେବଳ କଥାରେ ହିଁ ରହିଯାଇଛି । ଫଳରେ ବୁଧବାର ଶହ ଶହ ଚାଷୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିଛନ୍ତି ।

ସୂଚନା ଅନୁଯାୟୀ, ଦୀର୍ଘ 5 ବର୍ଷ ହେବ ନୟାଗଡ଼ ଜିଲ୍ଲାର ଏକମାତ୍ର ଚିନିକଳ ବନ୍ଦ ରହିଛି । ଯେଉଁଥିରେ ଆଖୁଚାଷୀ ଓ କର୍ମଚାରୀଙ୍କ କୋଟି କୋଟି ଟଙ୍କା ଚିନିକଳ ମାଲିକଙ୍କ ଉପରେ ବାକି ରହିଥିବା ବେଳେ ବହୁଚାଷୀ କାମ ନପାଇ ଦାଦନ ଖଟୁଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ନୟାଗଡ

ତେବେ ଅତୀତରେ ଚାଷୀମାନେ ଏନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଦୀର୍ଘ 2 ଦିନ ଧରି ଆନ୍ଦୋଳନ ଚାଲୁ ରଖିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରିନଥିଲା । ଏଥିସହ ଚଳିତ ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ଚିନିକଳକୁ ମୁଦ୍ଦା ରଖିଥିଲେ । ନିର୍ବାଚନ ଜିତିବାର ଗୋଟିଏ ସପ୍ତାହ ମଧ୍ୟରେ ଚିନିକଳକୁ ଚାଲୁ ରଖିବେ ବୋଲି ଚାଷୀମାନଙ୍କୁ ପ୍ରତିଶୃତି ଦେଇଥିଲେ । ମାତ୍ର ଶାସକ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ଅରୁଣ ସାହୁ ନିର୍ବାଚନ ଜିତି କୃଷି ମନ୍ତ୍ରୀ ହୋଇଥିଲେ ମଧ୍ୟ ଏହାପ୍ରତି ବୈମାତୃକ ମନୋଭାବ ରଖିଛନ୍ତି ।

ତେବେ ଇକୋ ବ୍ୟାଙ୍କରୁ ଋଣ ଆଣି ଏହି ଚିନିକଳ ଚାଲୁ ରହିଥିଲା । ଋଣ ପରିଶୋଧ ନ କରିପାରିବାରୁ ଗୁଜୁରାଟର ଏକ କବାଡ଼ିଆ କମ୍ପାନୀକୁ ଏହି ଚିନିକଳ ବିକ୍ରି ହୋଇ ଯାଇଥିବା ଖବର ଚର୍ଚ୍ଚାକୁ ଆସିଥିବା ବେଳେ ବୁଧବାର ଶହଶହ ଚିନି କଳ କର୍ମଚାରୀ ଓ ଚାଷୀ ଏକାଠି ହୋଇ ଆନ୍ଦୋଳନ କରିବା ସହ ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ଦେଇଛନ୍ତି ।

ଯଦି ଦାବି ପୂରଣ ନ ହୁଏ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚାଷୀମାନେ କହିଛନ୍ତି । ଏଥିସହ ନୟାଗଡ଼ ବନ୍ଦ ସହ ଚିନିକଳ ଠାରୁ ହଜାରହଜାର ଚାଷୀ ରାଲିରେ ବାହାରି ନବୀନ ନିବାସ ଘେରାଉ କରିବା ସହ ଆନ୍ଦୋଳନ କରିବେ ବୋଲି ମଧ୍ୟ ଦାବି ରଖିଛନ୍ତି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details