ଓଡିଶା

odisha

By

Published : Jul 8, 2021, 1:50 PM IST

ETV Bharat / state

ସ୍କୁଲ ସ୍ଥାନାନ୍ତରକୁ ବିରୋଧ କରି ଧାରଣା

ସ୍କୁଲ ସ୍ଥାନାନ୍ତରକୁ ନେଇ ତାତିଲେ ଗ୍ରାମବାସୀ ଓ ଅଭିଭାବକ । ଏନେଇ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ l ଅଧିକ ପଢନ୍ତୁ...

ସ୍କୁଲ ସ୍ଥାନାନ୍ତରକୁ ବିରୋଧ କରି ଧାରଣା ଦେଲେ ଛାତ୍ରଛାତ୍ର, ଅଭିଭାବକ ଓ ଗ୍ରାମବାସୀ
ସ୍କୁଲ ସ୍ଥାନାନ୍ତରକୁ ବିରୋଧ କରି ଧାରଣା ଦେଲେ ଛାତ୍ରଛାତ୍ର, ଅଭିଭାବକ ଓ ଗ୍ରାମବାସୀ

ନୟାଗଡ଼: ସ୍କୁଲ ସ୍ଥାନାନ୍ତରକୁ ନେଇ ତାତିଲେ ଗ୍ରାମବାସୀ ଓ ଅଭିଭାବକ । ଏନେଇ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ l ବାପୁର ବ୍ଲକ ଆଡ଼ିପଡା ପ୍ରାଥମିକ ବିଦ୍ୟାଳୟଟି ରାକମା ବିଦ୍ୟାଳୟ ସହ ମିଶ୍ରଣ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ ଆସିବା ପରେ ଗ୍ରାମବାସୀ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l

ସ୍କୁଲ ସ୍ଥାନାନ୍ତରକୁ ବିରୋଧ କରି ଧାରଣା ଦେଲେ ଛାତ୍ରଛାତ୍ର, ଅଭିଭାବକ ଓ ଗ୍ରାମବାସୀ

ତେବେ ବିଦ୍ୟାଳୟଟି ସ୍ଥାନାନ୍ତର ହେଲେ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ଗ୍ରାମବାସୀ କହିଛନ୍ତି l ଏପଟେ କୁନିକୁନି ଛାତ୍ରଛାତ୍ରୀ କହୁଛନ୍ତି ଯେ ସ୍କୁଲଟି ଦୂର ହେବ । ରାସ୍ତାରେ ଗାଡି ମଟର ପାଇଁ ବହୁ ସମସ୍ୟା ସୃଷ୍ଟି ହେବ । ଅଭିଭାବକମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

କିଛି ଦିନ ପୂର୍ବରୁ ଏ ନେଇ ନୟାଗଡ଼ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା l ତେଣୁ ଏହାର ପୁନଃର୍ବିଚର କରିବାକୁ ଦାବି କରି ଧାରଣାରେ ବସିଛନ୍ତି ଛାତ୍ରୀଛାତ୍ର ଏବଂ ଅଭିଭାବକ, ଗ୍ରାମବାସୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details