ଓଡିଶା

odisha

ETV Bharat / state

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଗୋଟିଏ ଗୃହରେ ଚାଲିଛି ୩ଟି ଶ୍ରେଣୀର ପାଠପଢ଼ା

ନୟାଗଡ଼ର ରଣପୁର ବ୍ଲକ କୁଳାସର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଠପଢାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଗୋଟିଏ ଗୃହରେ ୩ଟି ଶ୍ରେଣୀର ପାଠପଢା ହେଉଛି । ଅଧିକ ପଢନ୍ତୁ

ପାଠପଢ଼ାର ବିକଳ ଚିତ୍ର, ଗୋଟିଏ ଗୃହରେ ଚାଲିଛି ୩ଟି ଶ୍ରେଣୀର ପାଠପଢ଼ା
ପାଠପଢ଼ାର ବିକଳ ଚିତ୍ର, ଗୋଟିଏ ଗୃହରେ ଚାଲିଛି ୩ଟି ଶ୍ରେଣୀର ପାଠପଢ଼ା

By

Published : Sep 4, 2022, 1:13 PM IST

ନୟାଗଡ଼: ଜିଲ୍ଲା ରଣପୁର ବ୍ଲକ କୁଳାସର ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ (Kulasara Janata Nodal High school) ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଜିଲ୍ଲାର ଏହି ଅଗ୍ରଣୀ ବିଦ୍ୟାଳୟରେ ପାଠପଢାର ବିକଳ ଚିତ୍ର ସାମନାକୁ ଆସିଛି । ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ଗୋଟିଏ ଗୃହରେ 3ଟି ଶ୍ରେଣୀର ଛାତ୍ରଛାତ୍ରୀ ଏକାଠି ବସି ପାଠ ପଢୁଥିବା ଦେଖିବାକୁ ମିଳିଛି ।

ଗୋଟିଏ ଗୃହରେ ଚାଲିଛି ୩ଟି ଶ୍ରେଣୀର ପାଠପଢ଼ା

ସରକାରଙ୍କୁ ବ୍ୟବସ୍ଥାରେ ପାଠପଢ଼ାର ବିକଳ ଚିତ୍ର ଦେଖିବାକୁ ମିଳୁଛି । ଗୋଟିଏ ଶ୍ରେଣୀର ଛାତ୍ରଛାତ୍ରୀ ପୂର୍ବକୁ ମୁହଁ କରି ପାଠପଢ଼ୁଥିବା ବେଳେ ଅନ୍ୟ ଏକ ଶ୍ରେଣୀର ଛାତ୍ରଛାତ୍ରୀ ଅପରପାର୍ଶ୍ବକୁ ମୁହଁ କରି ପାଠପଢୁଛନ୍ତି । ଯାହା ପାଠ ପଢିବାରେ ଅନେକ ସମସ୍ୟା ସୃଷ୍ଟି କରୁଛି । ବିଦ୍ୟାଳୟକୁ ମିଶ୍ରଣ କରିବା ପରେ ଏପରି ସମସ୍ୟା ସୃଷ୍ଟି ହୋଇଛି । ସଠିକ ଭାବେ ପିଲାମାନେ ପାଠପଢ଼ି ପାରୁନଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ସେହିପରି କ୍ରୀଡ଼ା ଶିକ୍ଷକ ନ ଥିବାରୁ ପିଲାମାନେ ଖେଳକୁଦ କରିପାରୁନାହାନ୍ତି ।

କ୍ରୀଡ଼ା ଶିକ୍ଷକ ଥିବା ବେଳେ ଏହି ହାଇସ୍କୁଲର ଛାତ୍ରଛାତ୍ରୀ ବ୍ଲକ ଏବଂ ଜିଲ୍ଲା ସ୍ତରରେ ଅନେକ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିଲେ । ହେଲେ କ୍ରୀଡ଼ା ଶିକ୍ଷକଙ୍କୁ ଅନୁପସ୍ଥିତରେ ଛାତ୍ରଛାତ୍ରୀ କ୍ରୀଡ଼ା ପ୍ରଶିକ୍ଷଣ ପାଇ ପାରୁନାହାନ୍ତି । ପ୍ରଥମରୁ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨ଶହ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ପାଠ ପଢୁଛନ୍ତି । ଏହି ହାଇସ୍କୁଲ ରୂପାନ୍ତରୀକରଣ ପ୍ରକ୍ରିୟାରେ ମଧ୍ୟ ସାମିଲ ହୋଇଛି । ୫ଟି ଅଧୀନରେ ବିଦ୍ୟାଳୟର ରୂପାନ୍ତରୀକରଣ ପ୍ରକ୍ରିୟା ଚାଲୁ ରହିଛି ।

ଏହା ବି ପଢନ୍ତୁ- ବାଘ ଦାନ୍ତ ଜବତ କଲା ବନ ବିଭାଗ, ଜଣେ ଯୁବକ ଗିରଫ

ଆଧୁନିକରଣ ପାଇଁ ଚାଲିଛି ପ୍ରସ୍ତୁତି । ଆଧୁନିକ ଶ୍ରେଣୀ ଗୃହ, ଉଚ୍ଚ ମାନର ପାଠାଗାର, ପାଇଖାନା ଏବଂ ବିଦ୍ୟାଳୟର ଗେଟ ନିର୍ମାଣ ଚାଲିଛି । ହେଲେ ମୁଖ୍ୟ ସମସ୍ୟା ଶ୍ରେଣୀ ଗୃହର ବୃଦ୍ଧି ଦିଗରେ କେହି ପଦକ୍ଷେପ ନେଉନାହାନ୍ତି, କି ବିଦ୍ୟାଳୟରେ ଥିବା ଶିକ୍ଷକ ସମସ୍ୟା ଦୂର ହୋଇପାରୁନି । ନିକଟରେ ୨ଜଣ ଶିକ୍ଷକ ନିଯୁକ୍ତ ହୋଇଥିଲେ ମଧ୍ୟ କ୍ରୀଡ଼ା ଶିକ୍ଷକ ଏବଂ କମ୍ପ୍ୟୁଟର ଶିକ୍ଷକ ନାହାନ୍ତି । ସରକାର ସ୍ମାର୍ଟ କ୍ଲାସର ପରିକଳ୍ପନା କରୁଥିବା ବେଳେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବା ବିଦ୍ୟାଳୟରେ କିପରି ଏହା ସଫଳ ହେବ ।

ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଭାବକ ବିନୋଦ କୁମାର ସାହୁ ଅଭିଯୋଗ କରି କହିଛନ୍ତି, "ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ଶ୍ରେଣୀ ଗୋଟିଏ ଗୃହ 3 ଜଣ ଶିକ୍ଷକ ପାଠପଢାଉଛନ୍ତି । ଯାହା ପାଠପଢିବାରେ ବ୍ୟାଘାତ ସୃଷ୍ଟି କରୁଛି । ସେହିପରି ଚତୁର୍ଥ ଏବଂ ୫ମ ଶ୍ରେଣୀର ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରେ ପାଠପଢୁଛନ୍ତି । ବିଦ୍ୟାଳୟରେ ଖେଳ ପଡିଆ ଖାଲଖମାରେ ଭର୍ତ୍ତି ସହ ତାହା ଖେଳକୁଦରେ ଲାଗି ପାରୁନି । ଦୀର୍ଘ ୨୦ବର୍ଷ ହେବ ଏପରି ଅବସ୍ଥାରେ ପଡ଼ିରହିଛି । ତେଣୁ ସରକାର ତୁରନ୍ତ ବିଦ୍ୟାଳୟରେ ଥିବା ସମସ୍ୟାର ସମାଧାନ କରିବାକୁ ସେ ଦାବି କରିଛନ୍ତି । "

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details