ନୟାଗଡ:ଖଣ୍ଡପଡା ଏନଏସିରେ କୁକୁରଙ୍କୁ ମାଡିବସିଛି ଅଜଣା ରୋଗ । ଫଳରେ କୁକୁରଙ୍କ ଶରୀରରୁ ରୁମ ଉପୁଡିବା ସହିତ ଗୋଟିଏ ପରେ ଗୋଟିଏ କୁକୁର ଦୁର୍ବଳ ହେବାରେ ଲାଗିଛନ୍ତି । ଏହାସହ ଅନେକ କୁକୁର ପାଗଳଙ୍କ ପରି ହେଉଥିବାରୁ ଲୋକ ଭୟଭୀତ ହୋଇଛନ୍ତି । ପ୍ରଶାସନ ହାତବାନ୍ଧି ବସିଛି । ଏନଏସି କର୍ତ୍ତୃପକ୍ଷ କିମ୍ବା ପଶୁ ଚିକିତ୍ସା ବିଭାଗ ଏଯାବତ୍ କିଛି ପଦକ୍ଷେପ ଗ୍ରହଣ କରି ନାହିଁ ।
ବୁଲା କୁକୁର ସବୁ ଅନେକ ସମୟରେ ଏଣେ ତେଣେ ବୁଲୁଛନ୍ତି l ଖଣ୍ଡପଡାରେ ଶହ ଶହ କୁକୁରଙ୍କୁ ଏବେ ଅଜଣା ରୋଗ ଗ୍ରାସ କରିଛି l ଏହି ଅଜଣା ରୋଗ ମଣିଷକୁ ବ୍ୟାପିବା ନେଇ ଭୟ ସୃଷ୍ଟି ହୋଇଛି l ଖଣ୍ଡପଡ଼ାରେ କେବଳ ବୁଲା କୁକୁରଙ୍କୁ ଏଭଳି ଅଜଣା ରୋଗ ଧରିଛି l ଫଳରେ ପୋଷା କୁକୁରଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି l