ନୟାଗଡ଼: ଖଣ୍ଡପଡ଼ାରେ ମାତିଛନ୍ତି ଖଣି ମାଫିଆ । ଦିନକୁ ଦିନ ଲଣ୍ଡା ହେଉଛି ଖଳିସାହି ହନୁମାନ ମୁଣ୍ଡିଆ । ବେଆଇନ ପଥର ବ୍ଲାଷ୍ଟିଙ୍ଗରେ ଥରୁଛି ସ୍ଥାନୀୟ ଘରଦ୍ବାର, ନଷ୍ଟ ହେଉଛି ଚାଷ ଜମି । ଫଳରେ ଏହାର ସିଧାସଳଖ ପ୍ରଭାବ ପଡୁଛି ଲୋକଙ୍କ ଉପରେ । ସରକାରୀ ନିୟମକୁ ଫୁ କରି ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ନୟାଗଡ଼ରେ ମାତିଛନ୍ତି ପଥର ମାଫିଆ, ପ୍ରଶାସନ ନିରବଦ୍ରଷ୍ଟା - ନୟାଗଡ଼ରେ ପଥର ମାଫିଆ
ନୟାଗଡ଼ରେ ମାତିଛନ୍ତି ଖଣି ମାଫିଆ । ଦିନକୁ ଦିନ ଲଣ୍ଡା ହେଉଛି ଖଣ୍ଡପଡ଼ାର ଖଳିସାହିସ୍ଥିତ ହନୁମାନ ମୁଣ୍ଡିଆ । ଜିଲ୍ଲା ପ୍ରଶାସନ ଏବଂ ଖଣ୍ଡପଡ଼ା ତହସିଲ ସହ ଖଣି ମାଫିଆଙ୍କ ମଧୁଚନ୍ଦ୍ରିକାରୁ ପ୍ରତିଦିନ ଟ୍ରିପ ଟ୍ରିପ ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ପ୍ରଶାସନ ଏହା ଉପରେ ଧ୍ୟାନ ଦେବାକୁ ସାଧାରଣରେ ଦାବି । ଅଧିକ ପଢ଼ନ୍ତୁ
ଜିଲ୍ଲା ପ୍ରଶାସନ ଏବଂ ଖଣ୍ଡପଡା ତହସିଲ ସହ ଖଣି ମାଫିଆଙ୍କ ମଧୁଚନ୍ଦ୍ରିକାରୁ ଏପରି ବେଧଡ଼କ ପଥର ଲୁଟ ହେଉଥିବା ଅଭିଯୋଗ ହୋଇଛି । ଦିନେ ଔଷଧୀୟ ଏବଂ ବିଶାଳକାୟ ଗଛ ସହ ସବୁଜିମାରେ ଭରପୁର ଥିବା ହନୁମାନ ପାହାଡ଼ ଏବେ ଲଣ୍ଡା ହେବାକୁ ବସିଲାଣି । ଖଣି ମାଫିଆ ପ୍ରତିଦିନ ଏଠାରୁ ଟ୍ରିପ ଟ୍ରିପ ପଥର ଚୋରା ଚାଲାଣ କରୁଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ପାହାଡ଼ର ଚାରିପାଖରେ ଚାଷ ଜମି ଓ ଗୋଚର ଜମି ଥିବାବେଳେ ବାରମ୍ବାର ବ୍ଲାଷ୍ଟିଂ ଯୋଗୁଁ ଚାଷ ଜମି ଉପରେ ପଥର ଖଣ୍ଡ ଏବଂ ଡଷ୍ଟ ଗୁଣ୍ଡ ପଡିବା ସହ ଗୋରୁ ଗାଈଙ୍କ ଦେହରେ ବାଜୁଥିବା ଅଭିଯୋଗ ହେଉଛି । ପ୍ରତିବାଦ କଲେ ମାଫିଆଙ୍କ ଠାରୁ ହତ୍ୟା ଧମକ ମିଳୁଛି । ତେଣୁ ପ୍ରଶାସନ ଏହା ଉପରେ ଧ୍ୟାନ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଇଟିଭି ଭାରତ, ନୟାଗଡ଼