ନୟାଗଡ: STFକୁ ବଡ ସଫଳତା । ନୟାଗଡରେ ବଡ ଧରଣର ଧଳାଜହର ଧରପଗଡ କରିଛି ଏସଟିଏଫ୍ । ନୟାଗଡ଼ PWD ଲେନରେ ଚଢ଼ାଉ କଲା STF ଟିମ୍ । ଚଢ଼ାଉ ବେଳେ ଗୋଟିଏ ଘରୁ ୩ କିଲୋଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ 4 କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ କେ ଭିକି ରାଓ ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ହେଲେ ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ଦାସ STF ଟିମକୁ ଚକମା ଦେଇ ଫେରାର ହୋଇଯାଇଛି । ଶିବ ପ୍ରସାଦ ୫ରୁ ୬ଟି ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି ।
STFକୁ ବଡ଼ ସଫଳତା, ନୟାଗଡରୁ ୪ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ - ୪ କେଜିରୁ ଅଧିକ ବ୍ରାଉନସୁଗାର ଜବତ
ନୟାଗଡ଼ PWD ଲେନରେ STF ଟିମର ଚଢ଼ାଉ । ଚଢ଼ାଉ ବେଳେ ୩ କିଲୋଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ସହ ୬୦ ଲକ୍ଷରୁ ଅଧିକ ଟଙ୍କା ଏବଂ 3ଟି ପିସ୍ତଲ ଜବତ । ଅଧିକ ପଢନ୍ତୁ
STFକୁ ବଡ଼ ସଫଳତା, ୪ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ
ଏଥିସହ ୬୫ ଲକ୍ଷ ନଗଦ ଟଙ୍କା ଏବଂ 3ଟି ପିସ୍ତଲ ସମେତ ୪୩ଟି ଅଫୁଟା ଗୁଳି ଜବତ କରିଛି ଟିମ୍ । ହେଲେ ଅଭିଯୁକ୍ତ STF ଟିମକୁ ଚକମା ଦେଇ ଫେରାର ହୋଇଯାଇଛି । କିଛିମାସ ଧରି ଅଭିଯୁକ୍ତ ସେଠାରେ ଭଡା ଘର ନେଇ ନିଜ ପରିବାର ସହ ରହୁଥିବା ସୂଚନା ମିଳିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା ଓ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Jan 25, 2022, 12:39 PM IST