ଓଡିଶା

odisha

ETV Bharat / state

ଅବହେଳିତ ସହିଦଙ୍କ ପ୍ରତିମୂର୍ତ୍ତି, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ - ସହିଦଙ୍କ ପ୍ରତିମୂର୍ତ୍ତି ଅବହେଳିତ ନେଇ ବୁଦ୍ଧିଜୀବୀ ଅସନ୍ତୋଷ

ନୟାଗଡ ଜିଲ୍ଲା ରଣପୁର ବ୍ଲକ ରଜ ପଡିଆରେ ଥିବା ବିପ୍ଲବୀ ରଘୁ ଦିବାକରଙ୍କ ପ୍ରତିମୂର୍ତ୍ତି ଏବେ ଅବହେଳିତ ଅବସ୍ଥାରେ ରହିଛି । ଅଧିକ ପଢନ୍ତୁ...

ଅବହେଳିତ ସହିଦଙ୍କ ପ୍ରତିମୂର୍ତ୍ତି, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ
ଅବହେଳିତ ସହିଦଙ୍କ ପ୍ରତିମୂର୍ତ୍ତି, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

By

Published : Nov 20, 2020, 1:56 PM IST

ନୟାଗଡ: ଅବହେଳିତ ଅବସ୍ଥାରେ ସହିଦଙ୍କ ପ୍ରତିମୂର୍ତ୍ତି । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗଡବାଣିକିଲୋ ଗ୍ରାମ ରଜ ପଡିଆରେ ଥିବା ରଘୁ ଦିବାକରଙ୍କ ପ୍ରତିମୂର୍ତ୍ତି ଏବେ ଅବହେଳିତ ଅବସ୍ଥାରେ ରହିଛି । ରଣପୁର ପ୍ରଜା ଆନ୍ଦୋଳନକାରୀ ବିପ୍ଲବୀ ନେତା ରଘୁନାଥ ମହାନ୍ତି ଓ ଦିବାକର ପରିଡାଙ୍କ ସ୍ମୃତି ମଣ୍ଡପରେ ପ୍ରତିମୂର୍ତ୍ତି ଦ୍ବୟ ଖରା ବର୍ଷା ମାଡରେ ନଷ୍ଟ ହେବାକୁ ବସିଲାଣି । ପ୍ରତିମୂର୍ତ୍ତିରେ ଶିଉଳି ସୃଷ୍ଟି ହେଲାଣି । ସେହିପରି ନାମ ଫଳକରେ ଉଲ୍ଲେଖ ଥିବା ସହିଦଙ୍କ ବିବରଣୀ ମଧ୍ୟ ଅଦୃଶ୍ୟ ହେବାକୁ ବସିଲାଣି ।

ଅବହେଳିତ ସହିଦଙ୍କ ପ୍ରତିମୂର୍ତ୍ତି, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

ଗଡବାଣିକିଲୋ ଗ୍ରାମର ଦିବାକର ପରିଡା ଏବଂ ଏହାର ନିକଟସ୍ଥ ବାଦଭୂଇଁ ଗାଁରେ ରଘୁନାଥ ମହାନ୍ତି ଜନ୍ମ ଗ୍ରହଣ କରିଥିଲେ । ସେମାନେ ରଣପୁର ପ୍ରଜା ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ଥିଲେ । ଦେଶ ମାତୃକାର ସେବାରେ ନିଜ ଜୀବନ ଉତ୍ସର୍ଗ କରି ଫାସୀ ଖୁଣ୍ଟରେ ଝୁଲି ଶହୀଦ ହୋଇଥିଲେ । ମାତ୍ର ସେହି ମହାପୁରୁଷଙ୍କ ମୁଣ୍ଡ ଉପରେ ଏବେ ଛାତ ଖଣ୍ଡେ ନାହିଁ । ପ୍ରତିମୂର୍ତ୍ତି ଦ୍ବୟ ଅବହେଳିତ ଅବସ୍ଥାରେ ଥିବାରୁ ଏନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details