ନୟାଗଡ: ପରୀ ହତ୍ୟାକାରୀକୁ ଖୋଜୁଛି ଏସଆଇଟି । ପରୀ ହତ୍ୟାକାରୀକୁ ଧରିବା ପାଇଁ ତଦନ୍ତକୁ ଜୋରଦାର କରିବାରେ ଲାଗିଛି ତଦନ୍ତକାରୀ ଟିମ l ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଘଟଣାର ବିଭିନ୍ନ ଦିଗ ଉପରେ ଯାଞ୍ଚ ଚାଲିଛି l ଗତକାଲି(ଶୁକ୍ରବାର) ପରୀ ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କ ଘରେ ଚଢ଼ାଉ କରିଥିଲେ ଏସଆଇଟି ଟିମ । ବାବୁଲି ନାୟକଙ୍କ ୩ ମହଲା ଘରର ସମସ୍ତ କୋଠରୀକୁ ଟିମ ଯାଞ୍ଚ କରିଥିଲେ । ଉଭୟ ବାବୁଲି ଓ ତାଙ୍କ ପୁଅଙ୍କୁ ପ୍ରାୟ ଏକ ଘଣ୍ଟା ଧରି ଜେରା କରାଯାଇଥିଲା ।
ଏସଆଇଟି ସ୍କାନରରେ ବାବୁଲି ନାୟକ, ଆଜି ଡ୍ରାଇଭରକୁ ଜେରା - ପରୀ ମର୍ଡର କେସରେ ଏସଆଇଟି ତଦନ୍ତ
ପରୀ ହତ୍ୟାକାରୀକୁ ଧରିବା ପାଇଁ ତଦନ୍ତକୁ ଜୋରଦାର କରିଛି ତଦନ୍ତକାରୀ ଟିମ l ଆଜି ବାବୁଲି ନାୟକଙ୍କ ଡ୍ରାଇଭରକୁ ଜେରା କରିଛି ଟିମ । ଅଧିକ ପଢନ୍ତୁ...
ବାବୁଲି ନାୟକ ଉପରେ ଏସଆଇଟିର ତଦନ୍ତ, ଆଜି ଡ୍ରାଇଭରକୁ ଜେରା
ବାବୁଲି ଓ ତାଙ୍କ ଡ଼୍ରାଇଭରଙ୍କ ମାଲିକାନାରେ ଥିବା ଗାଡ଼ିଗୁଡ଼ିକର ସବିଶେଷ ତଥ୍ୟ ଟିମ ସଂଗ୍ରହ କରିଥିଲା । ଏଥିସହ ଟିମ ବାବୁଲିଙ୍କ ଡ୍ରାଇଭରଙ୍କ ଘରେ ମଧ୍ୟ ଚଢ଼ାଉ କରି ତାଙ୍କୁ ପଚରାଉଚରା କରିଥିଲା । ଆଜି ବାବୁଲି ନାୟକଙ୍କ ଡ୍ରାଇଭରକୁ ନେଇ ପଚରାଉଚରା କରିଥିଲା ଏସଆଇଟି l ପରୀ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ନିମନ୍ତେ ଗଠନ ହୋଇଥିବା ସ୍ପେସାଲ ଇନ୍ଭେଷ୍ଟିଗେସନ୍ ଟିମ (ଏସଆଇଟି) ବର୍ତ୍ତମାନ ତଦନ୍ତ ଜାରି ରଖିଛି | ଏହି ଟିମ ଉପରେ ଏବେ ଲୋକଙ୍କ ନଜର ରହିଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ