ନୟାଗଡ:ନୟାଗଡ ନୂଆଗାଁ ଥାନା ନୀଳାଦ୍ରିପୁର ଠାରେ ନିର୍ବାଚନୀ ପ୍ରଚାରକୁ ନେଇ ଗୋଷ୍ଠୀ ସଂଘର୍ଷ । କମଳାପାଟଣା ଓ ନୀଳାଦ୍ରିପୁରରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପାଇଁ ବିଜେଡି ବିଧାୟକ ରମେଶ ବେହେରା ପ୍ରଚାରକୁ ଓହ୍ଲାଇଥିବାରୁ ଏହାକୁ ବିରୋଧ କରି ଉଭୟ ଗାଁର ବିଜେଡି ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ କୌଣସି ଦଳୀୟ ବ୍ୟାନରରେ ନିର୍ବାଚନ ଲଢିବା ଉପରେ ରୋକ ଲଗାଯାଇଥିବା ବେଳେ ବିଜେଡି ବିଧାୟକ ରମେଶ ବେହେରା ଏହି ନିୟମକୁ ଉଲଂଘନ କରି ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ ହୋଇଛି ।
ନୟାଗଡରେ ନିର୍ବାଚନୀ ହିଂସା, ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୬ ଆହତ
ନୟାଗଡ ନୂଆଗାଁ ଥାନା ନୀଳାଦ୍ରିପୁର ଠାରେ ନିର୍ବାଚନୀ ପ୍ରଚାରକୁ ନେଇ ଗୋଷ୍ଠୀ ସଂଘର୍ଷ । କମଳାପାଟଣା ଓ ନୀଳାଦ୍ରିପୁରରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପାଇଁ ବିଜେଡି ବିଧାୟକ ରମେଶ ବେହେରା ପ୍ରଚାରକୁ ଓହ୍ଲାଇଥିବାରୁ ଏହାକୁ ବିରୋଧ କରି ଉଭୟ ଗାଁର ବିଜେଡି ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ
ନୟାଗଡରେ ନିର୍ବାଚନୀ ହିଂସା, ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୬ ଆହାତ
ତେବେ ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ବିଧାୟକଙ୍କୁ ବିଜେଡିର ଅନ୍ୟ ଗୋଷ୍ଠୀ ବିରୋଧ କରିବାରୁ କମଳପାଟଣା ଓ ନୀଳାଦ୍ରିପୁର ଗ୍ରାମର ବିଜେଡି ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ଘଟଣାରେ ଉଭୟ ଗୋଷ୍ଠୀରୁ 6 ଜଣ ଆହତ ହୋଇଥିବା ବେଳେ ଆହତଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ନୂଆଗାଁ ପୋଲିସ ପହଞ୍ଚି ଲୋକକଙ୍କୁ ବୁଝାସୁଝା ଜାରି ରଖିଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ