ନୟାଗଡ: କୋରୋନା ମହାମାରୀ ଅନେକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । କୃଷି ଓ କୃଷକକୁ ଅଣ୍ଟା ସଳଖି ଛିଡା ହେବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଘରର ଆର୍ଥିକ ଅବସ୍ଥାକୁ ସୃଦୁଢ କରିବାକୁ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ମଞ୍ଜି ବଣ୍ଟନ କରାଯାଇଛି ।
କେରେନା ମହାମାରୀ ପାଇଁ ଅନେକ ପରିବାରର ସ୍ଥିତି ଖରାପ ରହିଛି । ତେଣୁ ସହି ପରିବାରକୁ ବ୍ୟବସାୟ କରି କିଛି ରୋଜଗାର କରିବା ପାଇଁ ‘ମୋ ଉପକାରୀ ବଗିଚା ମାଧ୍ୟମରେ ଉଦ୍ୟାନ ବିଭାଗ ପକ୍ଷରୁ ମଞ୍ଜି ଓ ଚାରା ବଣ୍ଟନ କରାଯାଇଛି । ବ୍ଲକରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ 28ଜଣ ହିତାଧିକାରୀଙ୍କୁ ମଞ୍ଜି ବଣ୍ଟନ କରାଯାଇଛି ।