ଓଡିଶା

odisha

ETV Bharat / state

ବଡଭାଇକୁ ସାନଭାଇ ହତ୍ୟା ଘଟଣାରେ ସାଇଣ୍ଟିଫିକ ଟିମର ଛାନଭିନ

କାହିଁକି ବଡଭାଇକୁ ମାରିଲା ସାନଭାଇ ? ପ୍ରକୃତରେ ହତ୍ୟାକାଣ୍ଡ ପଛର କାରଣ କ’ଣ ? ତମାମ ଦିଗକୁ ନେଇ ଛାନଭିନ କରୁଛି ସାଇଣ୍ଟିଫିକ ଟିମ ।

By

Published : Jun 6, 2019, 9:34 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ: ବଡଭାଇକୁ ସାନଭାଇ ହତ୍ୟା ଘଟଣା । ଛାନଭିନ କରୁଛି ସାଇଣ୍ଟିଫିକ ଟିମ । କେଉଁ ପରିସ୍ଥିତିରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଲା, ତାକୁ ନେଇ ତଦନ୍ତ ଚାଲିଛି । ପ୍ରକୃତରେ ପାରିବାରିକ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ନା ଏହାପଛରେ ଆଉ କିଛି ଷଡଯନ୍ତ୍ର ରହିଛି, ସବୁ ଦିଗକୁ ନେଇ ତଦନ୍ତ ଚଳାଇଛି ସାଇଣ୍ଡିଭିକ ଟିମ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ମଙ୍ଗଳବାର ବିଳମ୍ବିତ ରାତି । ସବୁଦିନ ଭଳି ଛାତ ଉପରେ ଶୋଇଥିଲେ ନୟାଗଡ ସରଣକୁଳ ଥାନା ଚଢେୟାପଲ୍ଲୀ ଗାଁର କୁବେର ସାହୁ । ଆଉ ଏତିକି ବେଳେ ତାକୁ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଥିଲା । କଟୁରିରେ ବାରମ୍ବାର ଆଘାତ କରି ଏଭଳି ହତ୍ୟାକାଣ୍ଡ ଭିଆଇଥିଲେ ମୃତକଙ୍କ ସାନଭାଇ ଅଭିଯୁକ୍ତ ଧନେଶ୍ବର ସାହୁ । ପରେ ସେ ଥାନାରେ ଆତ୍ମ ସମର୍ପଣ କରିଥିଲେ ।

ମୃତ କୁବେରଙ୍କ ପତ୍ନୀ ଏନେଇ ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ଏପରିକି ପରିବାରରେ ସବୁବେଳେ ଗଣ୍ଡଗୋଳ, ଶାଶୁ ଶ୍ବଶୁର ଏବଂ ଦିଅରଙ୍କ ଠାରୁ ନିର୍ଯ୍ୟାତନାର ଶିକାର ହେଉଥିବା ଅଭିଯୋଗ କରିଥିଲେ ସେ । ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ କଟୁରି ଜବତ କରିଥିଲା । ଏ ଘଟଣା ପରେ ସମଗ୍ର ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ଖେଳିଯାଇଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details