ନୟାଗଡ଼: ମହାନଦୀର ବାଲୁକା ଶଯ୍ୟାରେ ଥିବା ସାତକୋଶିଆ ସ୍ୟାଣ୍ଡ ରିସର୍ଟ ରବିବାରଠାରୁ ଖୋଲିଛି । ବିଗତ ବର୍ଷଗୁଡିକ ପରି ଚଳିତ ବର୍ଷ ମଧ୍ୟ ମଙ୍ଗାନାସୀ ସ୍ଥିତ ମହାନଦୀ ବାଲୁକା ଶଯ୍ୟାରେ ୧୨ଟି ଟେଣ୍ଟ ନିର୍ମାଣ କରାଯାଇଛି l
ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ମୁଦୁଲିଗାଡ଼ିଆ ଗ୍ରାମବାସୀ ଏଥିରେ ବିଶେଷ ସହଯୋଗ କରିଛନ୍ତି l କୋଭିଡ ନିୟମ ଅନୁସାରେ ପର୍ଯ୍ୟଟକଙ୍କ ରହିବା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି ବୋଲି ରିସର୍ଟ ପରିଚାଳନା ଦାୟିତ୍ବରେ ଥିବା ମୁଦୁଲିଗାଡିଆ ଇଡିସି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି ।