ଓଡିଶା

odisha

By

Published : Dec 24, 2020, 3:59 PM IST

ETV Bharat / state

ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ

ପୋଖରୀକୁ ଯାଇ ସିନ ରିକ୍ରିଏସନ କରିବା ସହ ଏସଆଇଟିକୁ ଡେମୋ ଦେଖାଉଛି ଅଭିଯୁକ୍ତ ସରୋଜ ସେଠୀ ।

ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ
ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ

ନୟାଗଡ଼: ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ଆଜି(ଗୁରୁବାର) ସନ୍ଦେହୀ ପୋଖରୀକୁ ଯାଇ ସିନ ରିକ୍ରିଏସନ କରିବା ସହ ଏସଆଇଟିକୁ ଡେମୋ ଦେଖାଉଛି ଅଭିଯୁକ୍ତ ସରୋଜ ସେଠୀ ।

ପୋଖରୀକୁ ଯାଇ ସିନ ରିକ୍ରିଏସନ କଲା ଏସଆଇଟି

ସରୋଜକୁ ଧରି ଏସଆଇଟି ନାବାଳିକାର ଗାଁ ନୟାଗଡର ଯଦୁପୁରରେ ପହଞ୍ଚିଥିଲା । କେମିତି ସେଦିନ ପରୀକୁ ହତ୍ୟା କରିଥିଲା, ତାହାର ପୂରା ଘଟଣା ପୁଣିଥରେ ରିକ୍ରିଏଟ୍ କରିଛି ଏସଆଇଟି ଟିମ । ନାବାଳିକା ହତ୍ୟାଦିନ କେମିତି ପରୀ ସହ ସେ ଘଟାଇଥିଲା ବର୍ବର କାଣ୍ଡ । ସେନେଇ ତଦନ୍ତକାରୀ ଟିମ ଏସଆଇଟିକୁ ଡେମୋ ଦେଖାଇଛି ।

ସୂଚନା ଅନୁସାରେ, ଆଜି(ଗୁରୁବାର) ସରୋଜର 3ଦିନିଆ ରିମାଣ୍ଡ ଅବଧି ଶେଷ ହେଉଛି । ତାପୂର୍ବରୁ ସରୋଜକୁ ଘଟଣାସ୍ଥଳକୁ ଆଣି କ୍ରାଇମ ସିନ ରିକ୍ରିଏଟ କରିଛି ଏସଆଇଟି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details