ନୟାଗଡ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ବିଜେପି ଚଳାଇଥିବା ସଚେତନତା ଅଭିଯାନରେ କଂଗ୍ରେସ ଉପରେ ଗର୍ଜିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ନୟାଗଡରେ ଏକ ସାମ୍ବାଦିକ ସମ୍ମିଳନୀ କରି ସିଏଏ ବାବଦରେ ବୁଝାଇବା ସହ କଂଗ୍ରେସ ଉପରେ ବର୍ଷିଛନ୍ତି ସମ୍ବିତ ।
ସିଏଏକୁ ନେଇ "2014 ମସିହା ନିର୍ବାଚନ ଇସ୍ତାହାରରେ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛି ବୋଲି ସେ କହିଛନ୍ତି । ସେହିପରି ଦେଶ ବିଭାଜନ ବେଳେ ଯେଉଁ କଥା ଭାରତ ପ୍ରତିଶ୍ରୁତି ଦେଇଥିଲା, ସେ କଥା ରଖିଥିବାବେଳେ ପାକିସ୍ତାନ ତାର କଥା ଭୁଲି ଯାଇଛି । ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ମୁସଲିମ ଦେଶ ହୋଇଥିବାରୁ ଏଠାରେ ହିନ୍ଦୁ, ଶିଖ, ବୌଦ୍ଧ ଓ ଜୈନମାନେ ନିଷ୍ପେସିତ ଅବସ୍ଥାରେ ଅଛନ୍ତି । ତେଣୁ ସେମାନଙ୍କ ପାଇଁ ଏହି ଆଇନ ଭାରତରେ ଆସିଛି" ବୋଲି ସେ କହିଛନ୍ତି ।