ଓଡିଶା

odisha

By

Published : Apr 24, 2021, 10:22 AM IST

ETV Bharat / state

ମିକ୍ସର ମେସିନକୁ ପିଟିଲା ବାଇକ; ଜଣେ ମୃତ, ଜଣେ ଗୁରୁତର

ମିକ୍ସର ମେସିନକୁ ପିଟିଲା ବାଇକ । ଏହି ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି l ନୟାଗଡ଼ ଜିଲ୍ଲା ଖଣ୍ତପଡା-ବାହାଡ଼ା ରାସ୍ତାର ପେଟ୍ରୋଲ ଟାଙ୍କି ନିକଟରେ ଘଟିଛି ଏହି ଦୁର୍ଘଟଣା । ଅଧିକ ପଢନ୍ତୁ...

ମିଶ୍ଚର ମେସିନକୁ ପିଟିଲା ବାଇକ; ଜଣେ ମୃତ, ଜଣେ ଗୁରୁତର
ମିଶ୍ଚର ମେସିନକୁ ପିଟିଲା ବାଇକ; ଜଣେ ମୃତ, ଜଣେ ଗୁରୁତର

ନୟାଗଡ଼: ମିକ୍ସର ମେସିନକୁ ପିଟିଲା ବାଇକ । ଏହି ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି l ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ନୟାଗଡ଼ ଜିଲ୍ଲା ଖଣ୍ତପଡା-ବାହାଡ଼ା ରାସ୍ତାର ପେଟ୍ରୋଲ ଟାଙ୍କି ନିକଟରେ ଘଟିଛି ଏହି ଦୁର୍ଘଟଣା ।

ମୃତ ବାଇକ ଅରୋହୀ ଜଣକ ହେଲେ ଫତେଗଡ଼ ଥାନା ବେତଖୋଲି ଗାଁର 40 ବର୍ଷୀୟ ପ୍ରସନ୍ନ କୁମାର ପ୍ରଧାନ ଏବଂ ଗୁରୁତର ଜଣକ ସେହି ଗାଁର 35 ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ନାୟକ ବୋଲି ଜଣାପଡିଛି । ତେବେ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଭୟେ ବାଇକ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details